Breaking News

ଖୁଣ୍ଟଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁପୂର୍ଣ୍ଣିମା ପାଳିତ

 
ବରଗଡ଼ ---  ବରଗଡ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପ୍ରବଚକ ପ୍ରଫୁଲ୍ଲ ପୁରୋହିତ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମା ବିଷୟରେ ଶିଶୁଙ୍କୁ ବୁଝାଇଥିଲେ ।ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀମତୀ ଭାଗ୍ୟବତୀ କ୍ଷେତି ଗୁରୁମା ସଭାରେ ସଂଯୋଜନା କରିଥିଲେ। ନିରଞ୍ଜନ ପରଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ୟାସ ଦେବଙ୍କ ପୂଜାର୍ଚ୍ଚନା ସହିତ ଧୂପ ଦୀପ ଓ ମାଲ୍ୟାର୍ପଣ କରାଯାଇଥିଲା ।ଶେଷରେ ସମସ୍ତ ଶିଶୁ ଭାଇ ଭଉଣୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୭/୨୦୨୪---୯,୪୫ Sakhigopal News,21/7/2024

Blog Archive

Popular Posts