>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ବାବୁ - ବାବୁଆଣି ଙ୍କୁ ଖୁସି କରିବାକୁ, ସରକାରୀ କ୍ବାଟର୍ ରେ ବେଆଇନ କାର୍ଯ୍ୟ




    ଭଞ୍ଜନଗର - ଯିଏ ଯାହା କହିଲେ, କି' ଅଭିଯୋଗ କଲେ, ଆମର "ଢୋ" । କେହି, କିଛି କରିପାରିବେନି । ସେଥିପାଇଁ ତ' ଆମର ଏ ତେଲମରା  କାମ । ଉପର ଅଫିସର ଖୁସି ହେଲେ, ଆମେ ଖୁସି । ଯେତେ ଭୁଲ୍ କଲେ, ସବୁ ମାଫ୍ । ସେଥିପାଇଁ ତ', ବାଛି ବାଛି ଭଲ କାଠ ଆଣି ତାଙ୍କ ପାଇଁ ପଲଙ୍କ , ଚଉକି ଏବଂ ଆସବାବପତ୍ର ତିଆରି କରୁଛୁ । ତାହା ପୁଣି ସରକାରୀ କ୍ବାଟର୍ ପରିସରରେ । ଏମିତି କିଛି ପ୍ରତିକ୍ରିୟା ରଖି ମୁହଁ ତୋଡ୍ ଜବାବ୍ ଦେଇଛନ୍ତି କିଛି ତଳିଆ ବନ କର୍ମଚାରୀ । ଉତ୍ତର ଘୁମୁସର ବନଖଣ୍ଡର ତାରାସିଙ୍ଗି ବନାଞ୍ଚଳ ଅନ୍ତର୍ଗତ, ବିଭାଗୀୟ କ୍ବାଟର୍ ପରିସରରେ ନଜରକୁ ଆସିଛି ଏଭଳି ଘଟଣା ।  ଏଭଳି କାର୍ଯ୍ୟ ବେଆଇନ ହୋଇଥିଲେ ମଧ୍ୟ, ଶାଗୁଆନ କାଠପଟା ଗୁଡିକୁ , କ୍ବାଟର୍ ପରିସରରେ କଟାଯାଉଥିଲା । ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଏସବୁ କାଠରେ କିଛି ଫର୍ଣ୍ଣିଚର୍ ତିଆରି ହେବ ଏବଂ ତାହା ବଡ଼ ବାବୁଙ୍କ ପାଇଁ ଯିବ ।  ଖୋଦ୍ ବିଭାଗୀୟ ବଡ ବାବୁଙ୍କ ପାଇଁ ଏସବୁ ତିଆରି ହେଉଛି । ତେବେ ଏସବୁ କରିବା ପଛରେ ବଡ ବାବୁଙ୍କ ନିର୍ଦେଶ ରହିଛି, ନା ନାହିଁ ତାହା ସ୍ପଷ୍ଟ ହୋଇନି ।  ସେହିଭଳି କିଛି ମାସ ପୂର୍ବରୁ ଏହି ବନଖଣ୍ଡର ଆଉ ଏକ ବନାଞ୍ଚଳ ରେ ମଧ୍ୟ, ସମାନ ଘଟଣା ନଜରକୁ ଆସିଥିଲା । ଜଣେ ବାବୁଆଣିଙ୍କ ପାଇଁ ସରକାରୀ କ୍ବାଟର୍ ପରିସରରେ ଖୋଲାଖୋଲି  ଭାବେ,  ତିଆରି ହୋଇଥିଲା ଆସବାବପତ୍ର । ଯେଉଁ ତଳିଆ କର୍ମଚାରୀ ମାନେ ଏସବୁ ତିଆରି କରାଉଛନ୍ତି,  ସତେ ଯେମିତି ସେମାନଙ୍କର କାହାକୁ ଖାତିରି ନଥିବା ଭଳି ଜଣାପଡୁଛି ।  ଏବେ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେବାସହ ଚର୍ଚ୍ଚା ହେଉଛି ଯେ, ଏଭଳି ବେଇନ କାର୍ଯ୍ୟ କରାଇବା ପଛରେ, ବିଭାଗୀୟ କେଉଁ ଅଧିକାରୀଙ୍କ ହାତ ରହିଛି । ଯଦି ଜଣେ ସାଧାରଣ ଲୋକ କିମ୍ବା କାଠ ମାଫିଆ ମାନେ ଏଭଳି ବେନିୟମ କାର୍ଯ୍ୟ କରନ୍ତି, ତାହେଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉଛି । ହେବା ବି ସ୍ବଭାବିକ କଥା । ଯେଉଁମାନେ ବେନିୟମ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଯୁକ୍ତିଯୁକ୍ତ । କିନ୍ତୁ ଯେଉଁ  ବିଭାଗ ଚୋରା କାଠ ଚାଲାଣ, କାରବାର, ଏବଂ ବେଆଇନ କାଠ ସରଞ୍ଜାମ ତିଆରି ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି, ସେହି ବିଭାଗର ସରକାରୀ କ୍ବାଟର୍ ରେ ଖୋଦ୍ ବନ-କର୍ମଚାରୀ ମାନେ ଯଦି ଏଭଳି ବେଆଇନ କାର୍ଯ୍ୟ କରନ୍ତି, ତାହେଲେ କିଏ କାର୍ଯ୍ୟାନୁଷ୍ଠାନ ନେବ । ବନବିଭାଗ ଉପରେ, ସାଧାରଣ ଲୋକଙ୍କ କିଭଳି ଭାବେ ବିଶ୍ବାସ ରହିବ ।  ସଭା-ସମିତି କରି  ଜଙ୍ଗଲ ସୁରକ୍ଷା ନାରା ଦେଉଥିବା ବିଭାଗୀୟ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସାଧାରଣରେ ଚର୍ଚ୍ଚା ଯୋର୍ ଧରିଛି । ଏଥିପାଇଁ କେଉଁ ବଡ଼ବଡ଼ିଆ ବାବୁ ଓ ବାବୁଆଣି ମାନେ ପରୋକ୍ଷରେ ପ୍ରୋତ୍ସାହନ ଦେଉଛନ୍ତି ତାହା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଜଣାପଡିଛି। ସେମାନଙ୍କ ଜାଣତରେ ହିଁ ଏସବୁ ହେଉଥିବା ଆଲୋଚନା ହେଉଛି।  ଅନ୍ଧାର ରାତିରେ ଜଙ୍ଗଲରୁ ଚୋରି ହେଉଥିବା କାଠ ଓ ମାଫିଆଙ୍କୁ ଧରୁଥିବା ବିଭାଗୀୟ ବଡ଼ବାବୁ ମାନେ, ଦିନ ଦ୍ବିପହରରେ ଏସବୁକୁ ଦେଖି ପାରୁନାହାନ୍ତି କେମିତି । ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାସହ , ଘଟଣା ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଚର୍ଚ୍ଚା ହେଉଛି । ତା' ହେଲେ ଯାଇ ଜଣାପଡିବା , ସୈାଖିନ ପଲଙ୍କ ଓ ଆସବାବପତ୍ର ପ୍ରତି ଲୋଭ ରଖିଥିବା ବନବିଭାଗର ଏ ବାବୁ - ବାବୁଆଣି ମାନେ କିଏ ? । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୫/୨୦୨୪----୯,୧୦ Sakhigopal News,29/5/2024

    Blog Archive

    Popular Posts