Breaking News

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ


 ବରଗଡ଼ --- ବରଗଡ ଜିଲ୍ଲା ଲାୟନ୍ସ କ୍ଲବ  ଓ ଲିଓ କ୍ଲବ ର ମିଳିତ ଆନୁକୂଲ୍ୟରେ ଗ୍ରୀଷ୍ମ ଋତୁରେ ବରଗଡ ରକ୍ତଭଣ୍ଡାର ରେ ରକ୍ତ ଆବଶ୍ୟକତା ନଜର କରି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅମୀୟ କୁମାର ମେହେର, ସମ୍ପାଦକ ଲାୟନ୍ସ ଶିଶିର କୁମାର ଭୋଇ କୋଷାଧ୍ୟକ୍ଷ କୁଶ ପ୍ରଧାନ, ଶଙ୍କର ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ ଓ ଲିଓ କ୍ଲବ ର ସଭାପତି ଅଜିତ କୁମାର ବେହେରା ସମେତ ଉଭୟ କ୍ଲବ ର ସମସ୍ତ ସଦସ୍ୟ , ସଦସ୍ୟା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ମୋଟ ୪ଜଣ ମହିଳା ସମେତ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।  ବରଗଡ ରକ୍ତଭଣ୍ଡାର ର ଅମରଜିତ ମହାନ୍ତି, ମହେନ୍ଦ୍ର ମେହେର,କୃଷ୍ନ ଚନ୍ଦ୍ର ସାହୁ ଓ ଏମ ଡି ଖାନ ରକ୍ତ ସଂଗ୍ରହ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୫/୨୦୨୪----୮,୪୫ Sakhigopal News,28/5/2024

Blog Archive

Popular Posts