Breaking News

ପୁଲିସ ପକ୍ଷରୁ ପୌରାଞ୍ଚଳରେ ଫ୍ଳାଗ୍ ମାର୍ଚ୍ଚ ଅନୁଷ୍ଠିତ



ଜଟଣୀ : -ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନିର୍ବାଚନକୁ କିଭଳି ଅବାଧ୍ୟ ଓ ନିରପେକ୍ଷ କରାଯିବ ସେଥି ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନ ଓ ପୁଲିସଙ୍କୁ ନେଇ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଜଟଣୀ ନିର୍ବାଚନ ମଣ୍ଡଳୀ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନେତୃତ୍ଵରେ ସହର ଓ ପଞ୍ଚାୟତ ଅଞ୍ଚଳରେ ଗତ ମାର୍ଚ୍ଚ ମାସ ୭ ତାରିଖରେ ପ୍ରଥମେ ଫ୍ଲାଗ୍ ମାର୍ଚ୍ଚର ଆରମ୍ଭ କରାଯାଇଥିଲା । ଏହି କ୍ରମରେ ଦ୍ଵିତୀୟ ପର୍ଯ୍ୟାୟରେ କନ୍ତିଆ, ନିରଞ୍ଜନପୁର ଓ ରଥିପୁର ଭଳି ଅଞ୍ଚଳ ଗୁଡିକରେ 
ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା l  ସାଧାରଣ ଲୋକଙ୍କ ମନୋବଳ ସୁଦୃଢ କରିବା ସହ ସେମାନଙ୍କୁ ସଚେତନ କରାଇବା ସହିତ ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କୁ ଦମନ କରିବା ସହିତ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଭୋଟର ମାନଙ୍କର ମନୋବଳ ବୃଦ୍ଧି କରିବା ନିମନ୍ତେ ସୋମବାର ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି, ହାଟବଜାର ଓ ବାଛରା ଅଞ୍ଚଳରେ ଜଟଣୀ ପୁଲିସ ଓ ହିମାଚଳ ପ୍ରଦେଶ ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୫/୨୦୨୪----୮,୪୫ Sakhigopal News,14/5/2024

Blog Archive

Popular Posts