Breaking News

ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଟାଗୁଡା ପଞ୍ଚାୟତ ରେ ବିଜେଡି ର ମାରାଥନ ନିର୍ବାଚନୀ ପ୍ରଚାର

  କନ୍ଧମାଳ -------ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଟାଗୁଡା ପଞ୍ଚାୟତ ରେ ବିଜେଡି ର ମାରାଥନ ନିର୍ବାଚନୀ ପ୍ରଚାର l ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ପ୍ରାଥୀ ଚକ୍ରମଣୀ କଂହର ଙ୍କ ପାଇଁ ପ୍ରଚାର କରିଛି ବିଜେଡି l ବାଲିଗୁଡା ଗାନ୍ଧୀ ଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ବିଜେଡି କର୍ମୀ ବାହାରି ବାଟାଗୁଡା ଠାରେ ପହଞ୍ଚିଥିଲେ l ପରେ ବାଲିଗୁଡା ବ୍ଲକ ସଭାପତି ତଥା ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା l ଏହି ନିର୍ବାଚନୀ ସଭା ରେ ବାଲିଗୁଡା ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣୀ କଂହର, ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ, 16 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଆଶିଷ ଦିଗାଲ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା କୁ ପାଥେୟ କରି ଏକ ବିକଶିତ କନ୍ଧମାଳ ଗଠନ ପାଇଁ ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାଥୀ ଚକ୍ରମଣୀ କଂହର ଙ୍କୁ ବିପୁଳ ପରିମାଣ ରେ ଭୋଟ ଦେବାକୁ ଉପସ୍ଥିତ ଦଳୀୟ କର୍ମୀ ଙ୍କୁ ଆହ୍ୱାନ ଦେଇଛନ୍ତି ସଂଯୋଜକ ଟୁନା ଦାସ ଓ ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ବାଟାଗୁଡା ପଂଚାୟତ ର 200 ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡି ରେ ସାମିଲ ହୋଇଛନ୍ତି l କନ୍ଧମାଳରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୮/୫/୨୦୨୪--୮,୪୫ Sakhigopal News,8/5/20243

Popular Posts