>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ଶେଷ ନିର୍ବାଚନ ପ୍ରଚାର ; ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ ମଟର ସାଇକେଲ ଶୋଭାଯାତ୍ରା



     ସାକ୍ଷୀଗୋପାଳ ----  ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ଅଳ୍ପ ସମୟ ବାକି ରହିଛି ।  ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଶ୍ରୀ  ସଞ୍ଜୟ ଦାସବର୍ମା ପୂର୍ବ ସତ୍ୟବାଦୀର ବିଭିନ୍‌ନ ଗ୍ରାମ ପଞ୍ଚାୟତରେ ମଟର ସାଇକେଲ ଶୋଭାଯାତ୍ରା କରିବା ସହ ଦୁଆର ଦୁଆର ବୁଲି ଭୋଟ ପ୍ରଚାର କରିଛନ୍ତି ।  ନିର୍ବାଚନ ପ୍ରଚାର ଶେଷ ହେଉଥିବାରୁ ବିଜେଡି ଦଳ ପକ୍ଷରୁ ପ୍ରଚାରକୁ ଯୋରସୋର କରିଛି ।  ଅନୁଷ୍ଠିତ ନିର୍ବାଚନ ପ୍ରଚାରରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କାଦୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ମହାପାତ୍ର, କାଦୁଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ବାଉରୀବନ୍ଦୁ ମହାପାତ୍ର, ଜିଲ୍ଲା ମହିଳା ବିଜେଡି ଉପସଭାପତି କନକଲତା ପଣ୍ଡାଙ୍କ ସହିତ ଶତାଧିକ ପୁରୁଷ ଓ ମହିଳା, ଯୁବକ ମାନେ ରୋଡ ଶୋ କରିବା ସହିତ ଦୁଆର ଦୁଆରକୁ ବୁଲି ଭୋଟ ପ୍ରଚାର କରିଥିବାର ଦେଖାଯାଇଛି । ଶ୍ରୀ ଦାସବର୍ମା ପ୍ରଥମେ ବରାଳ ଗ୍ରାମ ସ୍ଥିତ ବାଲୁଙ୍କେଶ୍ୱର ଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଏକ ମଟର ସାଇକେଲ ଶୋଭାଯାତ୍ରା କରି ବରାଳ, ହରିଶଙ୍କରପୁର, ମୁନିଦା, ବାରମାଣସାହି, ଚଣାଗୋରଡା, ଚଉଦମାଣସାହି, କଦମ୍ବପଡା, ଭଟ୍ଟପୁର, ରାଉତସାହି, ବିଲସାହି, କାଦୁଆ, ତଳପାଟଣା ଗ୍ରାମରେ ରୋଡଶୋ କରିବା ସମୟରେ ବିଭିନ୍ନ ଗ୍ରାମ ମୁଣ୍ଡରେ ସହିତ ଘର ଦୁଆର ଆଗରେ ମହିଳା ମାନେ ଫୁଲମାଳ ଦେଇ ସ୍ୱାଗତ କରିଥିବାର ଦେଖାଯାଇଥିଲା । ସେହିପରି ବୀରରାମଚନ୍ଦ୍ରପୁର ଓ ନୂଆସୋମେଶ୍ୱରପୁର ପଞ୍ଚାୟତରେ ଶ୍ରୀ ଦାସବର୍ମା ନିଜର ସମର୍ଥକ ଓ କର୍ମୀ ମାନଙ୍କୁ ନେଇ ରୋଡ ଶୋ କରିବା ସହ ଘରକୁ ଘର ବୁଲି ଭୋଟ ପ୍ରଚାର କରିଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୪---୯,୫୦    Sakhigopal News, 22/5/2024

    Blog Archive

    Popular Posts