Breaking News

ପ୍ରିୟଦର୍ଶୀ ମିଶ୍ରଙ୍କ ଦମଦାର ପ୍ରଚାର , ନିର୍ବାଚିତ ହେବାର ମାସକ ମଧ୍ୟରେ ହଟିବ ଅଳିଆ ଗଦା


ଜଟଣୀ--- ଭାରତୀୟ ଜନତା ପାର୍ଟିର ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଓ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିରାଟ ବାଇକି ଶୋଭାଯାତ୍ରାରେ ଆସି  କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ସାହି ପରିକ୍ରମା କରିଥିଲେ ।ଜନସାଧାରଣ ମାନଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଠନ ନିମନ୍ତେ ନିବେଦନ କରିଥିଲେ । ପଞ୍ଚାୟତ ରେ ଅବସ୍ଥାନ କରୁଥିବା ସମସ୍ତ ଅଧିବାସୀ ମାନଙ୍କର ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ସଦୟ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୁନାଲ କୁମାର ରାଉତଙ୍କ ନେତୃତ୍ୱରେ ସ୍ୱତପ୍ରବୃତ ଭାବରେ ସ୍ଥାନୀୟ ଯୁବକ, ଛାତ୍ର, ମହିଳା ଓ ବରିଷ୍ଠ ନାଗରିକ ମାନେ ସହ ସହ ସଂଖ୍ୟାରେ ଭାଗ ନେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସେହିପରି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ୱାର୍ଡ ନମ୍ବର ନଅ ସ୍ଥିତ ପ୍ରସାର ଭାରତୀ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକ ମାନଙ୍କ ସହିତ ଗାଡ଼କଣ ଓ ରଙ୍ଗମାଟିଆ ଗ୍ରାମ ପରିକ୍ରମା କରିଥିଲେ । ଚଳିତ ନିର୍ବାଚନରେ ପ୍ରତ୍ୟକ ଭୋଟର ତଥା ବରିଷ୍ଠ ନାଗରିକ ମାନେ ଭୋଟଦାନ କେନ୍ଦ୍ରକୁ ଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ସ୍ୱରୂପ ପଦ୍ମ ଫୁଲ ଚି଼ହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ସୃଷ୍ଟି ହେଇଥିବା ଅଳିଆ ଗଦାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଶ୍ରୀ ମିଶ୍ର ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ । ନିକଟରେ ଥିବା ସୈନିକ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଏଠାରେ ଅବସ୍ଥାନ କରୁଥିବା ଜନସାଧାରଣ ଅସ୍ୱାସ୍ଥକର ପରିବେଶ ପାଇଁ ବିଭିନ୍ନ ରୋଗ ବୈରାଗର ଶିକାର ହେଉଥିବା ସମ୍ପର୍କରେ ପ୍ରକାଶ କରି ତୁରନ୍ତ ଏହି ସରକାରକୁ ବଙ୍ଗୋପ ସାଗରରେ ଫିଙ୍ଗି 
ବି ଜେ ପି ସରକାର ଆଣିବା ନିମନ୍ତେ ମଧ୍ୟ ନିବେଦନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ପରିଡା, ବାବୁଲି ନନ୍ଦ, ଅଶୋକ କୁମାର ସେଠି, ବସନ୍ତ କୁମାର ତ୍ରିପାଠୀ, ପ୍ରଦୀପ କୁମାର ଜେନା ନଗେନ କୁମାର ବିଶୋଇ, ରଶ୍ମି ରେଖା ଜେନା ଉପସ୍ଥିତ ରହି ଶୋଭାଯାତ୍ରା ପରିଚାଳନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୫/୨୦୨୪----୧୧,୨୦ Sakhigopal News,14/5/2024

Blog Archive

Popular Posts