Breaking News

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦେବୀ ପ୍ରସାଦ ଜେନା ପ୍ରାର୍ଥୀପତ୍ର ଦାଖଲ କଲେ

 


 ସାକ୍ଷୀଗୋପାଳ----  ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଧାନ ସଭା ଆସନ ପାଇଁ ଆଜି ଜଣେ ସ୍ୱାଧୀନ ପ୍ରାର୍ଥୀ ତାଙ୍କର ସମର୍ଥକଙ୍କୁ ସାଙ୍ଗରେ ଧରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ନାମ ଦେବୀ ପ୍ରସାଦ ଜେନା ବୋଲି ଜଣାପଡିଛି । ସେ ପ୍ରଥମେ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରି ତାଙ୍କଠାରୁ ଆର୍ଶିବାଦ ନେଇ ଶହ ଶହ ସମର୍ଥକଙ୍କ ମଟର ସାଇକେଲରେ ରୋଡ ଶୋ କରି ପୁରୀ ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି । ସାକ୍ଷୀଗୋପାଳ ବଜାର ଦେଇ ଶୋଭାଯାତ୍ରା ଗଲା ବେଳେ ଲୋକମାନଙ୍କୁ ହାତଯୋଡି ଭୋଟ ପ୍ରଚାର କରୁଥିବାର ଦେଖାଯାଇଥିଲା ।  ଏହା ଆଗରୁ ଆଉ ଜଣେ   ବିଜେପି ନେତା ଟିକେଟ ନ ପାଇବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କାମାକ୍ଷା ପ୍ରଧାନ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୁଇ ଜଣ ନୂଆମୁହଁ ହୋଇଥିବା ବେଳେ ଯୁବ ଭୋଟର ମାନେ ଏମାନଙ୍କୁ ପସନ୍ଦ କରୁଥିବା ଦେଖାଯାଇଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୪----୫.୨୦     Sakhigopal News, 6/5/2024

Popular Posts