ସତ୍ୟବାଦୀର ବଳପୁର ପଞ୍ଚାୟତରେ ନବୀନ ପଟ୍ଟନାକଙ୍କୁ ୬ଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ନେଲେ ଶପଥ
ସାକ୍ଷୀଗୋପାଳ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରଚାର ପ୍ରସାରରେ ଅନ୍ୟ ଦଳ ମାନଙ୍କ ଠାରୁ ବହୁ ଆଗରେ । ଏପରିକି ବିଜେଡି ଦଳ ପ୍ରତି ଦିନକୁ ଦିନ ଦଳ ମଜବୁତ ହେବାରେ ଲାଗିଛି । ଅସନ୍ତୋଷ ଓ ସନ୍ତୁଷ୍ଟ କର୍ମୀ ମାନେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ଦେଖିବା ପାଇଁ । ସତ୍ୟବାଦୀର ବିଜେଡି ପ୍ରାର୍ଥୀ ସେହିପରି ଭାବେ ଖରାକୁ ଖାତିରି ନକରି ଦିନରାତି ବିଭିନ୍ନ ପଞ୍ଚାୟତରେ କର୍ମୀ ବୈଠକ ସାଙ୍ଗକୁ ଦୁଆର ଦୁଆର ବୁଲି ଭୋଟ ପ୍ରଚାର କରୁଛନ୍ତି । ଯାହାକି ଯେଉଁ ବିରୋଧି ଦଳ କହୁଥିଲେ ଯେ ଶ୍ରୀ ବର୍ମା ହାତ ଯୋଡିବେନାହିଁକି ଦୁଆର ଦୁଆର ବୁଲିକି ଭୋଟ ପ୍ରଚାର କରିବେ ନାହିଁ । ସେମାନେ ଏବେ ମୁହଁ ଳୁଚାଇ ରହୁଛନ୍ତି । ଶ୍ରୀ ବର୍ମା ଗୋଟିଏ କଥା କହୁଛନ୍ତି ସତ୍ୟବାଦୀ ହେଉଛି ଏକ ପୁଣ୍ୟ ମାଟି ତାର ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠାକୁ ପଠାଇଛନ୍ତି । ଆପଣ ମାନଙ୍କ ସେବା କରିବାକୁ ମୁଁ ସକଳ୍ପବଦ୍ଧ । ବିରୋଧୀ ଦଳ ପ୍ରତି କେହି ନଜର ଦିଅନାହିଁ । ସେମାନେ ସବୁବେଳେ ସତ୍ୟବାଦୀର ଜନସାଧାରଣଙ୍କୁ ମିଛ ଓ ପ୍ରତାରଣା କରି ଆସିଛନ୍ତି । ଏହି ଅବସରରେ ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ବିଜେଡି ଦଳର ପ୍ରାର୍ଥୀ ଶ୍ରୀ ବର୍ମା ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଶତାଧିକ ବିଜେଡି କର୍ମୀ ମାନେ ବାଜା ଓ ବାଣ ଫୁଟାଇବା ସହ ଫୁଲମାଳ ଦେଇ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ବର୍ମାଙ୍କୁ ବିଭିନ୍ନ ୱାର୍ଡ ପରିକ୍ରମା କରାଇଥିଲେ । ତାଙ୍କ ସହିତ ମହିଳାଗୋଷ୍ଠୀ ଓ ଗ୍ରାମର ଶତାଧିକ ମହିଳା ପୁରୁଷ ମାନେ ରହିଥିଲେ । ସ୍ଥାନୀୟ ସରପଞ୍ଚ ପିୟଙ୍କା ପଣ୍ଡା, ସମିତସଭ୍ୟା ନିବେଦିତାପାତ୍ର, ପୂର୍ବତନ ସରପଞ୍ଚ ତ୍ରିନାଥ ମହାପାତ୍ର, ମଣ୍ଟୁ ପଣ୍ଡା, ମାନସ ମହାରଣା, କାଳୀ ପ୍ରସାଦ ପଣ୍ଡା, ରୂପରାଜ ବେହେରା, ମହିଳା ସଭାନେତ୍ରୀ ଲକ୍ଷ୍ମୀପିୟା ଦାସଙ୍କ ସହିତ ଅନ୍ୟ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୬/୫/୨୦୨୪---୯,୪୫