Breaking News

ଧର୍ମପରାୟଣ ବ୍ଯକ୍ତିଙ୍କ ପରଲୋକ



ଜଟଣୀ :-ଜଟଣୀ ଲୋକୋ କଲୋନୀ ଅଞ୍ଚଳରେ ବସବାସ କରି ରହୁଥିବା ଅବସରପ୍ରାପ୍ତ ରେଳ କର୍ମଚାରୀ ଲକ୍ଷ୍ମୀଧର ମହାନ୍ତିଙ୍କ (୯୨) ବର୍ଷ ବୟସରେ  ପ୍ରାତଃ ସମୟରେ ପରଲୋକ ହୋଇଯାଇଛି l ତାଙ୍କ ଦେହାନ୍ତ ଖବର ପାଇ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ପହଞ୍ଚି ମରଶରୀରର ଶେଷ ଦର୍ଶନ କରିଥିଲେ l ଶେଷଶଯ୍ୟା ନିକଟରେ ପୁତ୍ର କିଶୋର କୁମାର ମହାନ୍ତି, ବିଭୁତି ଭୂଷଣ ମହାନ୍ତି, ରୁପେଶ କୁମାର ମହାନ୍ତି, ପୁତ୍ର ବଧୁ, ଝିଅ, ନାତିନାତୁଣୀ ଉପସ୍ଥିତ ଥିଲେ l ସ୍ୱଭାବରେ ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଭାବେ ପରିଗଣିତ ହେଉଥିଲେ l ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କୁମାର ମହାନ୍ତି ମୁଖାଗ୍ନି ଦେବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୫/୨୦୨୪---୮,୪୫ Sakhigopal News,16/5/2024

Popular Posts