Breaking News

ସଂକୀର୍ତ୍ତନ ଗାୟକ ଘନଶ୍ୟାମ ସ୍ଵାଇଁଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ


  ସାକ୍ଷୀଗୋପାଳ ----ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ପରଜାପଡା ଗ୍ରାମପଞ୍ଚାୟତର ପହିଲିଢିପ ନିବାସୀ ପ୍ରଖ୍ୟାତ ସଂକୀର୍ତ୍ତନ ଗାୟକ ସ୍ଵର୍ଗତ ଘନଶ୍ୟାମ ସ୍ଵାଇଁଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ କରାଯାଇଥିଲା।ସ୍ଥାନୀୟ ବକୁଳ ବାଟିକାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ସଦର ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ବିଜୟ ଚନ୍ଦ୍ର ସାମନ୍ତରାୟ, ସତ୍ୟବାଦୀ ପାଲା ଗାୟକ ମଣ୍ଡଳ ସଭାପତି ବିଶ୍ଵନାଥ ବିଶ୍ଵାଳ, କୋଷାଧ୍ୟକ୍ଷ  ଗାୟକ ପ୍ରତାପ ପ୍ରଧାନ, ବରିଷ୍ଠ ସଂକୀର୍ତ୍ତନ ଗାୟକ ତଥା ଗୁରୁ ଶୁଭସୁନ୍ଦର ଘଟୁଆରୀ ଓ ଗୁରୁ ମୁକୁନ୍ଦ ପ୍ରସାଦ ଜେନା,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ରବୀନ୍ଦ୍ର ସାହୁ, ରବିନାରାୟଣ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ,ଧନେଶ୍ୱର ସ୍ଵାଇଁ, ନନ୍ଦକିଶୋର ସେନାପତି ,କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ସ୍ଵାଇଁଙ୍କ ଗୁଣାବଳୀ ଆଲୋଚନା କରିଥିଲେ।ସଭାର ଆବାହକ ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ସ୍ଵାଗତ ଭାଷଣ ଦେବାସହ ଆଲୋଚନାରେ ଅଂଶ ଗ୍ରହଣ  କରିଥିଲେ।ଗତ ୧୪ ତାରିଖ ଅପରାହ୍ନରେ ହୃଦଘାତରେ ଶ୍ରୀ ସ୍ଵାଇଁଙ୍କର ମୃତ୍ୟୁ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୫/୨୦୨୪-----୧୧,୫୦ Sakhigopal News,19/5/2024

Popular Posts