Breaking News

ଅତାବିରା ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମାରାଥନ ନିର୍ବାଚନ ପ୍ରଚାର


ବରଗଡ଼ ---ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଭେଡେନ ବ୍ଲକ ର ବିଭିନ୍ନ ଅଞ୍ଚଳରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ସଂକ୍ରୀଡା ପଞ୍ଚାୟତ ଅର୍ନ୍ତଗତ ଝରାପାଲି ମାର୍କେଟ ଥୁଆପାଲି ର ଗାନ୍ଧୀଜୀପଡା, କ୍ରାନ୍ତି ପଡା ନିର୍ବାଚନ ପ୍ରଚାର କରିଥିଲେ। ପରେ ଝରାପାଲି ମାର୍କେଟ ଠାରେ ବିଜେଡ଼ି ନିର୍ବାଚନ ଅଫିସ ଉଦଘାଟନ କରିଥିଲେ । ବିଜେଡ଼ି ନେତା ଉର୍କୁଲୁ ତାଣ୍ଡି , ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଉପାଧ୍ୟକ୍ଷ ଡୋଳାମଣି କ୍ଷେତି,ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ , ଆରଏମସି ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ହୋତା, ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ,ସମିତି ସଭ୍ୟ ଚାଷୀଗିରି ନଈ, ସଂକ୍ରିଡା ପେକ୍ସ ସଭାପତି ସୁବ୍ରତ କୁମାର ଚାନ୍ଦ, ରଶ୍ମିରଞ୍ଜନ ପାଢ଼ୀ, ବହୁସଂଖ୍ୟାରେ ବିଜେଡି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ପରେ ପରେ ରେମଣ୍ଡା ପଞ୍ଚାୟତ ର ପେଟ୍ରୋଲ ପମ୍ପ ନିକଟରେ  ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଶହଶହ ସଂଖ୍ୟାରେ ମହିଳା, ପୁରୁଷ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଏକ ବିରାଟ ରୋଡ ସୋରେ ଚାଲି ଚାଲି ଚମାର ପଡା, ଘସିଆ ପଡା, ହରିଜନପଡା ଠାରେ କଳସ ବସାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରେମଣ୍ଡା ଗ୍ରାମର ପରିକ୍ରମା କରି ମା ସମଲେଶ୍ଵରୀ ଦେବୀଙ୍କ ଦର୍ଶନ କରି ପଥପ୍ରାନ୍ତ ସଭା କରିଥିଲେ । ଏହି ସଭାରେ ଶହଶହ ସଂଖ୍ୟାରେ ଜନସାଧାରଣ ଶ୍ରୀମତି ଛୁରିଆଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ସମେତ ରେମଣ୍ଡା ଅଂଚଳର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଓ ବିଜେଡି ର କର୍ମକର୍ତ୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମତୀ  ଛୁରିଆ ତାଙ୍କ ବକ୍ତବ୍ୟ ରେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମୟରେ ରେମଣ୍ଡା ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟର ଗୋଟି ଗୋଟି କରି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ପରେ ଅଗାମୀ ସାଧାରଣ ନିର୍ବାଚନ ରେ ବରଗଡ ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରଣିତା ମିଶ୍ର ଙ୍କୁ ଶଂଖ ଚିହ୍ନରେ ଓ ଅତାବିରା ବିଧାନସଭା ପ୍ରାର୍ଥୀ  ଭାବରେ ମୋତେ
 ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଉପସ୍ଥିତ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୫/୨୦୨୪----୯,୩୫ Sakhigopal News,10/5/2024

Popular Posts