Breaking News

ସାକ୍ଷୀଗୋପିନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ


ସାକ୍ଷୀଗୋପାଳ --- ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟ ପର୍ବ । ଆଜି ଠାରୁ  ସାକ୍ଷୀଗୋପିନାଥ ଦେବଙ୍କର ବାହାର ଚନ୍ଦନ ଯାତ୍ରା ବା ଜଳକ୍ରୀଡା ଆରମ୍ଭ ହୋଇଛି । ଚନ୍ଦନ ପୋଖରୀରେ ଚାପ ଖେଳିଛନ୍ତି ବା  ଚନ୍ଦନଯାତ୍ରା ଆରମ୍ଭ ହୋଇଛି ।  ମନ୍ଦିରରେ ଭଅଣ୍ଡ ଧୂପ ସରିବା ପରେ ଚନ୍ଦନବେଡା ହୋଇଥିଲା । ତାପରେ ଠାକୁରଙ୍କୁ  ନୂତନ ବସ୍ତ୍ର ଲାଗି କରାଯିବା ପରେ ଚନ୍ଦନ ଦ୍ୱାରା ସର୍ବଙ୍ଗୟ ବେଶ କରାଯାଇଥିଲା । ଅପରାହ୍ନରେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ସୁସଜିତ ହୋଇ ରହିଥିବା ବିମାନକୁ ସେବାୟତ ମାନେ ବିଜେ କରାଇଥିଲେ । ତେଲିଙ୍ଗି ବାଦ୍ୟ, ଛତି, ତ୍ରାସ, ଘଣ୍ଟ, କାହଳୀ, ନାମସଂକୀର୍ତ୍ତନ କରାଯାଇ ଚନ୍ଦନ ଚକଡାକୁ ବିଜେ କରିଥିଲେ । ଚନ୍ଦନ ପୋଖରୀ ଠାରେ  ଅପେକ୍ଷା ରତ ସୁସଜିତ ଡଙ୍ଗାରେ ଠାକୁର ବସିବା ପରେ ଚାପ ଖେଳ ଆରମ୍ଭ କରାଯାଇଥିଲା । ଦିନବେଳା ଗୋଟିଏ ଘେରା ଓ ରାତିରେ ୩ ଘେରା ଚାପ ଅନୁଷ୍ଠିତ ହୋଇଥିଲା ।  ଚନ୍ଦନଚକଡାରେ  ଠାକୁର ଚନ୍ଦନକୁଣ୍ଡ ପାଣିରେ ବୁଡିକି ରହିଥିଲେ । ରାତ୍ରରେ  ଚନ୍ଦନ ଚକାଡାକୁ ବାହାରିବା ପରେ ତାଙ୍କ ଆଗରେ ଗୋଟିପୁଅ ନୃତ୍ୟୁ କରାଯାଇଥିଲା । ଠାକୁରଙ୍କୁ ଯାତ କାକେରା  ଭୋଗ କରାଯିବା ପରେ ଠାକୁର ମନ୍ଦିରକୁ ଫେରିଥିଲେ  । ୨୧ ଦିନ ପର୍ଯ୍ୟନ୍ତ ଠାକୁରଙ୍କ ଏହି ଯାତ୍ରା ଏଠାରେ ଅନୁଷ୍ଠିତ ହେବ । ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ଠାକୁରଙ୍କ ସମସ୍ତ ନୀତିକାନ୍ତି  କରାଯାଉଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୫/୨୦୨୪---୬,୧୫   Sakhigopal News,10/5/2024

Popular Posts