Breaking News

ଶୁକଳରେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ପ୍ରଚାର . ଶୁକଳରେ ତୁତୀୟାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଦୁଆର ଦୁଆର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା ମାଗିଲେ




ସାକ୍ଷୀଗୋପାଳ----  ରାଜ୍ୟରେ ୬ଷତଠଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାକୟକଙ୍କୁ ଦେଖିବା ପାଇଁ ଶୁକଳ ଗ୍ରାମ ପଞ୍ଚାୟତରେ ମହିଳା ମାନେ ନେଇଛନ୍ତି ନିଷ୍ପତି ବା ଶପଥ । ଅନ୍ୟ ପକ୍ଷେ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନେତାଙ୍କ ଠାରୁ କର୍ମୀ ମାନେ ସେତିକି ଚଳଚଞ୍ଚଳ ହୋଇପଡିଛନ୍ତି । ଗାଁ ଠାରୁ ବଜାର ପର୍ଯ୍ୟନ୍ତ ସବୁଠାରେ ଗୋଟିଏ କଥା  ନବୀନ ପଟ୍ଟନାୟକ ଏଥର ନିଶ୍ଚିତ ୬ଷ୍ଠଥର ପାଇଁ ହେବେ ମୁଖ୍ୟଢ଼ନ୍ତ୍ରୀ ।  ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ତାର ପ୍ରଚାରକୁ ଯୋରସୋର କରିଛି ।  ବିଶେଷ କରି ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକ ସହିତ ଦୁଆରକୁ ଦୁଆର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା ମାଗୁଛନ୍ତି ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ସହିତ ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାସବର୍ମା ।  ଏହି ଅବସରରେ ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତରେ ବିଜେଡି ଦଳ ପକ୍ଷରୁ ବିଧାନସଭା ପ୍ରାର୍ଥୀ ଶ୍ରୀ ବର୍ମା ଓ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଶୁକଳ ହାଟଛକରେ ପହଞ୍ଚିବା ପରେ ସେଠାରେ ଅପେକ୍ଷାରତ ଶହ ଶହ ସଂଖ୍ୟାର ମହିଳା ଓ ଯୁବକଙ୍କ ସହିତ ବିଜେଡି କର୍ମୀ ମାନେ ବାଣ ଫୁଟାଇ,ଫୁଲତୋଡା ଦେଇ ଶଙ୍ଖନାଦ ସହିତ ହୁଳହୁଳ ିଓ ବିଭିନ୍ନ ନାରା ଦେଇ ସ୍ୱାଗତ କରିଥିଲେ । ଦୁଇ ପ୍ରାର୍ଥୀ ପଥମେ ତୁତୀୟାଦେବଙ୍କୁ ପୂଜାର୍ଚ୍ଚନା କରି ତାଙ୍କଠାରୁ ଆର୍ଶିବାଦ ନେଇ ବ୍ରାହ୍ମଣପଡା, ଐଶନ୍ୟପଡା, ବଡପଡା, ବାଁବରଡା, ଦୋଖଣ୍ଡପୁର ଦକ୍ଷିଣକେରା, ମାକଣ୍ଡପଡା,ପୁଆଳିପାରି ଆଦି ଗ୍ରାମକୁ ଗସ୍ତ କରି ଦୁଆର ଦୁଆର ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରିବା ସହ ମିଛୁଆ ଦଳ ପ୍ରତି ସଜାଗ ରହିବାକୁ ମହିଳା ଓ ଭୋଟର ମାନଙ୍କୁ ନିବେଦନ କରିଥିଲେ ।  ଗ୍ରାମକୁ ଦୁଇ ପ୍ରାର୍ଥୀ ଯିବା ସମୟରେ ଶହ ଶହ ସଂଖ୍ୟାର ମହିଳା ମାନେ ଗ୍ରାମ ଦାଣ୍ଡରେ ବା ନିଜ ନିଜ ଘର ଆଗରେ ପ୍ରଦୀପ ଲଗାଇ ଫୁଲ, ଚନ୍ଦନ, ସିନ୍ଦୁର ଲଗାଇ ବନ୍ଦାପନା କରିବା ସହ ଆର୍ଶିବାଦ ଦେଇଥିବାର ଦେଖାଯାଇଥିଲା । କିଛି କିଛି ମହିଳା ମାନେ କହିଥିଲେ ଆମପୁଅ ନିଶ୍ଚୟ  ଜିତିବ କହି ଖରାରେ ବୋହୁଥିବା ଝାଳକୁ ନିଜ ପଣତ କାନିରେ ପୋଛି ଦେବା  ସହ ଆର୍ଶିବାଦ ଦେଉଥିବାର ଦେଖାଯାଇଥିଲା । ଏହି ଶୋଭାଯାତ୍ରାରେ ଶୁକଳ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଓକିଲ ସେନାପତି, ସମିତିସଭ୍ୟ ବସନ୍ତ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ଜଳନ୍ଦର ସେଠୀ, ଗଦାଧର ପ୍ରଧାନ, କଳ୍ପତରୁ ମହାପାତ୍ର, ଗଣେଶ୍ୱର ସେନାପତି, ବାପି ହାପି, ସନ୍ତୋଷ କୁମାରସାହୁ, ଲିଙ୍ଗରାଜ ସେନାପତି, ଅର୍ଜୁନ ସେଠୀ, ମହିଳା ସଭାପତି ନର୍ମଦା ପରିଡାଙ୍କ ସହିତ ସଞ୍ଜୁ ସାହୁ, ସୁକାନ୍ତି ପ୍ରଧାନ, ଅଶ୍ୱନା ନାୟକ, ଅନୁସୟା ସେନାପତିଙ୍କ ସହିତ ଅନ୍ୟ ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା ।   ସେହିପରି ଅପରାହ୍ନରେ ପରଜାପଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦୁଆର ନୁଆର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା ମାଗିବା ସହିତ କେତକୀପାଟଣା ଗ୍ରାମ ପଞ୍ଚାୟତରେ ଏକ କର୍ମୀ ବୈଠକରେ ଶ୍ରୀ ବର୍ମା ଯୋଗ ଦେଇଥିବାର ଜଣାପଡିଛି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୫/୨୦୨୪---୭,୧୦   Sakhigopal News, 9/5/2024

Popular Posts