ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
ବରଗଡ଼ ---- ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟିର ସମିତିର ସଭାପତି ଶ୍ରୀ ମନବୋଧ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପରିଚାଳନା ସମିତିର ସଂପାଦକ ଶ୍ରୀ ଲକ୍ଷ୍ମୀନାରାୟଣ କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କୁନି କୁନି ବୈଜ୍ଞାନିକ ମାନଙ୍କୁ ଭବିଷ୍ୟତରେ ବଡ଼ ବଡ଼ ବୈଜ୍ଞାନିକ ହେବା ପାଇଁ ମାର୍ଗଦର୍ଶନ ଦେଇ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ଧର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ପୂର୍ବତନ ସଂପାଦକ ଶ୍ରୀ ପ୍ରଦୀପ କର ମଞ୍ଚାସୀନ ଥିଲେ।ବିଚାରକ ଭାବେ ଶ୍ରୀ ଆନନ୍ଦ କର୍ଣ୍ଣ,ଶ୍ରୀ ସାରଥି ବଢ଼େଇ, ଶ୍ରୀମାନ୍ ବିକାଶ ହୋତା, ଶ୍ରୀ ପ୍ରମୋଦ ଗୁରୁ,ଶ୍ରୀମାନ୍ ନିଶାନ୍ତ ମହାରଣା, ଶ୍ରୀମାନ୍ ମାନଭଞ୍ଜନ ରଣା କୁନି ବୈଜ୍ଞାନିକ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଥିଲେ।ଅଦ୍ୟ ଶିଶୁ ବାଟିକା ବିଭାଗର ଶିଶୁ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୬୫ ଜଣ ଶିଶୁ ବିଭିନ୍ନ ଜିନିଷ ପତ୍ର ଆଣି ଶିଶୁମେଳାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ଗୋପାଳ କୃଷ୍ଣ ମାହାର୍ଣ୍ଣା ଓ ଶ୍ରୀ ରୋହିତ ପ୍ରଧାନ ପରିଚାଳନା କରିଥିବାବେଳେ ଶ୍ରୀ ବୁଦ୍ଧଦେବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୋଟ୭୬ଟି ପ୍ରକଳ୍ପ ଓ ୦୭ ଟି ମୂର୍ତ୍ତି କଳା ଶିଶୁ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା।ବିଦ୍ୟାଳୟର ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୨୭/୭/୨୦୨୫----୧୦,୨୦ Sakhigopal News,27/6/2025