Breaking News

ପୋଲିସ ଖବରଦାତା ସନ୍ଦେହ ରେ ଯୁବକ ଙ୍କୁ ହତ୍ୟା କଲେ ମାଓବାଦୀ

 କନ୍ଧମାଳ --- କିଛି ଦିନର ନୀରବତା ପରେ ମାଓବାଦୀ ଙ୍କ ବର୍ବର କାଣ୍ଡ  ଦେଖିବାକୁ ମିଳିଛି l କୋଟଗଡ଼ ଥାନା ଦୁର୍ଗାପଙ୍ଗା ପଞ୍ଚାୟତର ବାଡ଼ିପାଙ୍ଗା ଗାଁ ର ଜଣେ ଯୁବକ ଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ l ମୃତ ଯୁବକ ହେଲେ ଦୁର୍ଗାପଙ୍ଗା ପଞ୍ଚାୟତର ବାଡ଼ିପାଙ୍ଗା ଗାଁ ର ମେଟଲା ରୋହିତ l ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ମେଟଲା ଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି l ଏଥିସହ ହତ୍ୟା ପରେ ଘଟଣା ସ୍ଥଳରେ ଏକାଧିକ ହାତ ଲେଖା ପୋଷ୍ଟର ମଧ୍ୟ ଛାଡିଛନ୍ତି ମାଓବାଦୀ l ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ମେଟଲା ଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟର ରେ ଉଲେଖ ରହିଛି l ଏଥିସହ ମେଟଲା ସାଙ୍ଗ ରେ ଥିବା ସହଯୋଗୀ ଓ ପୋଲିସ ଖବରଦାତା ଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ତୁରନ୍ତ ମାଓବାଦୀ ଙ୍କ ନିକଟରେ କ୍ଷମା ପ୍ରାଥନା କରିବା କୁ ପୋଷ୍ଟର ଜରିଆରେ ଚେତାବନୀ ଦେଇଛି ବାଘୁନା ଡିଭିଜନାଲ କମିଟି l ନଚେତ ମେଟଲା ଙ୍କ ପରି ପ୍ରଜା କୋର୍ଟ ରେ ଅନ୍ୟ ସହଯୋଗୀ ଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ସିପିଆଇ ମାଓବାଦୀ ଙ୍କ ପକ୍ଷ୍ୟ ରୁ କଡା ଚେତାବନୀ ଦିଆ ଯାଇଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୮/୫/୨୦୨୪---୯,୩୫ Sakhigopal News,28/5/2024

Blog Archive

Popular Posts