Breaking News

ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

 
ବରଗଡ଼ --- ବରଗଡ ଜିଲ୍ଲା ବୈଇପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରସାନନ୍ଦ ଦଳଙ୍କ ଅବସର  ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଟକଧର ମହାଲିଙ୍ଗ ।ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଥବିର କୁମାର ମେହେର ।ସମ୍ମାନିତ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ନାୟକ, ସୁଶିଲ ଦାଶ, ରାହାସ ଆଚାର୍ଯ୍ୟ, ଗଣେଶ କର୍ଣ୍ଣ, ପ୍ରେମାନନ୍ଦ ଷଣ୍ଢ ଓ ପ୍ରେମରାଜ ଦେହେରି। ବିଦାୟୀ ପ୍ରଧାନ ଶିକ୍ଷକ ରସାନନ୍ଦ ଦଳଙ୍କ କାର୍ଯ୍ୟଶୈଳୀ, ଛାତ୍ରଛାତ୍ରୀ, ପରିଚାଳନା କମିଟି, ଗ୍ରାମବାସୀଙ୍କ ସହ ଉତ୍ତମ ସମ୍ପର୍କ ରଖି ସମସ୍ତ ଙ୍କ ପ୍ରିୟଭାଜନ ହୋଇପାରିଥିଲେ। ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ବିଦ୍ୟାଳୟ ର ପରିଚାଳନା କମିଟି ଓ ଗ୍ରାମବାସୀ ତରଫରୁ ଶ୍ରୀଯୁକ୍ତ ଦଳଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଅଶ୍ରୁଳ ବିଦାୟ ଦିଆଯାଇଥିଲା। ଏହି ସମୟରେ ପରିଚାଳନା କମିଟି, ସମସ୍ତ ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୫/୨୦୨୪----୮,୧୦ Sakhigopal News,6/5/2024

Blog Archive

Popular Posts