Breaking News

ସ୍ନେହାଙ୍ଗିନୀ ଛୁରିଆ ରୋଡ ସୋ ଓ ମାରାଥନ ପ୍ରଚାର କରିଛନ୍ତି

 
ବରଗଡ଼ ---ବରଗଡ ଜିଲ୍ଲା ବକଟୀ ପଞ୍ଚାୟତ, ଲୁପୁରସିଂହା, ଚିଚିଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଅତାବିରା ନିର୍ବାଚନ ମଣ୍ଡଳୀର  ବିଜେଡିର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ରୋଡ ସୋ ଓ  ମାରାଥନ ପ୍ରଚାର କରିଛନ୍ତି। ଶ୍ରୀମତୀ ଛୁରିଆଙ୍କୁ ଶଂଖ ବଜାଇ ଓ କଳସ ବସାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ପଥପ୍ରାନ୍ତ ସଭା ରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ଘରକୁଘର ଯାଇ ମାରାଥନ ପ୍ରଚାର ସହ ଶଂଖ ଚିହ୍ନ ର ପ୍ରଚାର ପତ୍ର ବଣ୍ଟନ କରି ଯୋଡି ଶଂଖ ରେ ଭୋଟ ଦେଇ ଜିତାଇବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ  ।ଏହି ସମୟରେ ଶହଶହ ସଂଖ୍ୟାରେ ମହିଳା ପୁରୁଷ ଆବାଳ ବୃଦ୍ଧ ବନିତା ଶୋଭାଯାତ୍ରା ରେ ସାମିଲ ହୋଇଥିବାର ଦେଖାଯାଇଥିଲା।ବିଗତବର୍ଷ ରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ହୋଇଥିବା ଉନ୍ନୟନ କାର୍ଯ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।   ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଭେଡେନ ୨ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଂକର ବେହେରା, ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ କୁମାର ଚାନ୍ଦ ଲୁପୁରସିଂହା ସରପଞ୍ଚ ପ୍ରତାପ ହୋତା,ସମିତି ସଭ୍ୟ ଆନନ୍ଦ କର୍ମୀ, ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ, ପୂର୍ବତନ ସରପଞ୍ଚ ଶୁସାନ୍ତ କୁମାର ସାହୁ, ରଂଜନ ହୋତା, ପିନଟୁ ଦାଶ, ଗୌରାଙ୍ଗ ପ୍ରଧାନଙ୍କ ସହିତ ପ୍ରମୁଖ ଉପସ୍ଥିତ ରହିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୫/୨୦୨୪----୮,୫୫ Sakhigopal News,14/5/2024

Blog Archive

Popular Posts