Breaking News

ବରଗଡ ନିଷ୍ଠା ପରିବାର ପକ୍ଷରୁ ଅଜଣା ବୃଦ୍ଧଙ୍କ ଶବ ସତ୍କାର କଲା




 ବରଗଡ଼ --- ବରଗଡ ଜିଲ୍ଲା ନିଷ୍ଠା ପରିବାର ପକ୍ଷରୁ 
ଗତ ତା-୨୨-୦୭-୨୦୨୪ରିଖ ଦିନ ବରପାଲି ରେ ରାସ୍ତା କଡ ରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିଥିଲେ ଜଣେ ବୃଦ୍ଧ। କିଛି ବଦାନ୍ୟ ବ୍ୟକ୍ତି ତାଙ୍କୁ ବରପାଲି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ତାଙ୍କୁ  ବରଗଡ଼ ଡାକ୍ତରଖାନା କୁ ରେଫର କରିଥିଲେ ।ତାଙ୍କର ନାଁ ଲମ୍ବୋଦର କୁମ୍ଭାର ବୟସ ୬୫ବର୍ଷ ରୁ ଉର୍ଦ୍ଧ୍ବ ହେବ। ତାଙ୍କର କେହି ସମ୍ପର୍କୀୟ ନାହାନ୍ତି। ଦୀର୍ଘ ଦଶ ମାସ ଧରି ସେ ନିଷ୍ଠା ପରିବାର ର ତତ୍ଵାବଧାନରେ ଚିକିତ୍ସା ହେଉଥିଲେ।  ବହୁତ ଚେଷ୍ଟା କରାଯାଇଥିଲା ବୃଦ୍ଧାଶ୍ରମ ରେ ରଖିବା ପାଇଁ । କିନ୍ତୁ ସେ ସମ୍ପୂର୍ଣ ସୁସ୍ଥ ନ ଥିବାରୁ ବୃଦ୍ଧାଶ୍ରମ ରେ ରଖଯାଇ ପାରିନଥିଲା । ବରଗଡ଼ ଡାକ୍ତରଖାନା ର ଡାକ୍ତରୀ ଟିମ, ହେଲ୍ପ ଡେସ୍କ ଟିମ୍ ସମସ୍ତେ ବହୁତ ସହଯୋଗ କରିଥିଲେ। ହଠାତ୍ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ଖବର ସ୍ଥାନୀୟ ପୋଲିସ ଫାଣ୍ଡି ରେ ଜଣାଇବା ପରେ ତାଙ୍କ ମର ଶରୀରକୁ ୭୨ଘଣ୍ଟା ପାଇଁ ଶବ ସଂରକ୍ଷଣ ଗୃହ ରେ ରଖା ଯାଇଥିଲା। ଭଟଲି ପୋଲିସ ର ଲିଖିତ ଅନୁରୋଧ ପରେ ନିଷ୍ଠା ପରିବାର ତରଫ ରୁ ଶବ ସତ୍କାର କରାଯାଇଥିଲା। ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ସଦସ୍ୟ ମାନସ ମେହେର ଓ ମିନକେତନ ରାଉତ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୫/୨୦୨୪---୧୧,୫୦ Sakhigopal News,11/5/2024

Blog Archive

Popular Posts