Breaking News

ସତ୍ୟବାଦୀରେ ସ୍ୱାଧୀନ ପ୍ରାର୍ଥୀ କାମାକ୍ଷା ପ୍ରଧାନ ଦୁଆରକୁ ଦୁଆର ବୁଲି ଭୋଟ ପ୍ରଚାର



ସାକ୍ଷୀଗୋପାଳ,----- ସତ୍ୟବାଦୀରେ ବେଶ ଜଣାଶୁଣା କାମାକ୍ଷା ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ନିର୍ବାଚନ ନ ହେବା ଆଗରୁ ସେ ଏକ ମଟରସାଇକେଲ ଶୋଭାଯାତ୍ରା କରି କଣାସ ଓ ସତ୍ୟବାଦୀରେ ବେଶ ରାଜନୀତିକୁ ସରଗଣମ କରିଥିଲେ । ବିଶେଷ କରି ତାଙ୍କୁ ବିଜେପି ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ସଂଗଠନ ଗଡିବା ସହ ଜନସାଧାରଣଙ୍କ ଦୁଖଃ ଓ ସୁଖରେ ସେ ଜଡିତ ହୋଇଥିଲେ । ଏହା ସହିତ ପ୍ରୟାସ ନାମକ ଏକ ସଂଗଠନ ଗଠନ କରି ତା ମାଧ୍ୟମରେ ବିଭିନ୍ନ ପଞ୍ଚାୟତରେ ସଦସ୍ୟ ସଦସ୍ୟା ଗ୍ରହଣ କରିଥିଲେ । ବିଜେପିରୁ ତାଙ୍କୁ ଟିକେଟ ନ ମିଳିବାରୁ ସେ ବାଧ୍ୟ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଳାଇଛନ୍ତି । ଯାହା ଫଳରେକି ବିଜେପି ପାଇଁ ଶ୍ରୀ ପ୍ରଧାନ ଘାତକ ସାଜିଛନ୍ତି ।  ବିଜେପିର ବାଟରେ କଣ୍ଟା ହୋଇ ଠିଆ ହୋଇଛନ୍ତି ବୋଲି ସତ୍ୟବାଦୀରେ ବେଶ ଆଲେଚନା ହେଉଛି । ଶ୍ରୀ ପ୍ରଧାନ ଏବେ ତାଙ୍କର ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଗ୍ରାମକୁ ଗ୍ରାମ ବୁଲି ଭୋଟ ପ୍ରଚାର କରିବା ସହ ତାଙ୍କୁ ଆର୍ଶିବାଦ ଦେବା ପାଇଁ ପ୍ରାର୍ଥନା କରୁଥିବାର ଦେଖାଯାଇଛି । ତାଙ୍କ ପ୍ରତି ଅନେକ ପଞ୍ଚାୟତରେ ଜନସମର୍ଥନ ରହିଥବା ଦେଖାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୫/୨୦୨୪----୬,୧୫   Sakhigopal News, 14/5/2024

Popular Posts