Breaking News

ସତ୍ୟଭାମା ପତ୍ରିକାର ଲୋକାର୍ପଣ ସହିତ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

 


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମରେ ଜ୍ୟେତିବିର୍ଦ ଦେବୀ ପ୍ରସାଦ ମହାପାତ୍ରଙ୍କ ବାସଭବନରେ ତାଙ୍କ ମାଙ୍କ ଉଦ୍ଦ୍ୟେଶରେ  ଦ୍ୱତୀୟ ବାର୍ଷିକ ସତ୍ୟଭାମା ପତ୍ରିକାର ଲୋକାର୍ପଣ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଫେସର କୌଳାସ ଚନ୍ଦ୍ର ଟିକାତରାୟ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କବି ତଥା ସାହିତ୍ୟକ ବିପିନି ବିହାରୀ ଦଳେଇ , ଅବସରପ୍ରାପ୍ତ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଓ ସାମ୍ବାଦିକ ଦିଲୀପ କୁମାର ଧାଉଡିଆ , ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟଭାମା ସାରସ୍ୱତ ଅନୁଷ୍ଠାନର ସମ୍ପାଦକ ଜ୍ୟୋତିବିର୍ଦ  ଡକ୍ଟର ଦେବୀ ପ୍ରସାଦ ମହାପାତ୍ର ସମ୍ପାଦକୀୟ ପାଠ କରିବା ସହ କହିଥିଲେ ଏହି ପୁସ୍ତକରେ କେବଳ ମାର ମମତା, ମାକୁ ଭଲ ପାଉଥିବା କବିତା ମାନ ସ୍ଥାନ ପାଇବ । ଏହି ପୁସ୍ତକ ମାଗଣାରେ ବିତରଣ କରାଯିବ । ଯେଉଁମାନେ କବିତା ପଠାଇବେ ସେମାନଙ୍କ କବିତା ବିଶେଷ କରି ମାର ସ୍ନେହ, ମମତା ମାଙ୍କୁ ଭଲ ପାଉଥିବା କବିତା ଉପରେ ଆଧାରିତ ହେବା ଦରକାର ବୋଲି  ଶ୍ରୀ ମହାପାତ୍ର କହିଥିଲେ । ସେହିପରି ଅତିଥି ମାନେ କହିଥିଲେ ମା କୁ ଛାଡି ଆଜିର ଦିନରେ କୌଣସି କାର୍ଯ୍ୟ କରିବା ସମ୍ଭବପର ନୁହେଁ । ମା ଠାରୁ ବଡ ଶଦ୍ଧ ବା ବଡ ସ୍ନେହୀ କେହି ନାହିଁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ଶହରୁ ଅଧିକ କବି କବୟତ୍ରୀ କବିତା ପାଠ କରିଥିଲେ । ବିଜୟ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବଥିବା ବେଳେ କବିତା ପାଠ ଉତ୍ସବକୁ ସର୍ବାଣୀ ଦାସ, ଚମକ ଚାନ୍ଦିନୀ ଦାଶ ସଂଯୋଜନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ଯୋଗ ଦେଇଥିବାସମସ୍ତ କବି କବୟତ୍ରୀ ମାନଙ୍କୁ ମାନପତ୍ର ଓ ଫୁଲତୋଡା ଦେଇ ସମ୍ମଦ୍ଧିତ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୫/୨୦୨୪---୭,୨୦   Sakhigopal News, 8/5/2024

Popular Posts