Breaking News

ସାମ୍ବାଦିକ ତଥା ସାକ୍ଷୀଗୋପିନାଥଙ୍କ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ


ସାକ୍ଷୀଗୋପାଳ,---- ସାକ୍ଷୀଗୋପିତାଥଙ୍କ ସେବାୟତ ତଥା ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମାରଣାତ୍ମକ ଆକ୍ରମଣ କରାଯାଇଛି । ସେ ପ୍ରଥମେ ସାକ୍ଷୀଗୋପାଳ ପରେ ପରେ ଭୁବନେଶ୍ୱର ୬ନଂ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଗତକାଲି ସଂକ୍ରାନ୍ତି ଥିବାରୁ ସେବାୟତ ସଂଘ ପକ୍ଷରୁ ଗ୍ରାମ ମୁଣ୍ଡରେ ମା ଜାଗେଶ୍ୱରୀଙ୍କ ପୀଠରେ ସେବାୟତ ମାନଙ୍କୁ ନେଇ ଏକ ବୈଠକ ବସିଥିଲା । ବିଭିନ୍ନ ବିସୟରେ ଆଲେଚନା ସମୟରେ କିଶୋରଚନ୍ଦ୍ର ମହାପାତ୍ର କୌଣସି କଥାକୁ ନେଇ ଆଲେଚନାରେ ଭାଗ ନେବାରୁ ତାଙ୍କୁ ସେହି ଗ୍ରାମର ଦୁଇ ଭାଇ ହଠାତ ଆକ୍ରମଣ କରିଥିଲେ । ସେ ତଳେପଡିଯିବାରୁ  ନାକରୁ ରକ୍ତ ବାହାରିବା ସହ ପଉପଟ ମୁଣ୍ଡ ଓ ଅଣ୍ଟା ମାଡ ହୋବାରୁ ସେ ଗୁରୁତର ଭାବେ ଆହତ ହୋଇଥବା ଜଣାପଡିଛି । କିଶୋର ମହାପାତ୍ରଙ୍କ ପୁଅ କାଳୀପ୍ରସାଦ ମହାପାତ୍ରଙ୍କ ଲିଖିତ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ଏକ କେସରୁଜ କରାଯାଇ  ତଦନ୍ତ ଜାରି ରହିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୫/୨୦୨୪---୭,୨୫    Sakhigopal News, 15/4/2024

Popular Posts