ପରୀକ୍ଷା ଶେଷ , ସିଲ୍ ମଧ୍ୟରେ ରହିଲା ଭାଗ୍ୟ
କନ୍ଧମାଳ ---- ଇ.ଭି.ଏମ ରେ ସିଲ ହୋଇଛି ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ତିନି ପ୍ରମୁଖ ରାଜନୈତିକ ଦଳ ସମେତ ମୋଟ 5 ଜଣ ପ୍ରାଥୀଙ୍କର l କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର 178 ଗୋଟି ବୁଥ୍ ରେ ଶାନ୍ତି ଶୃଙ୍ଖଳା ସହ ମୋଟ 72.90% ମତଦାନ ହୋଇଛି l ସମସ୍ତ ବୁଥ୍ ରେ ମତଦାନ ପରେ ଇଭିଏମ ଓ ଭିଭିପାଟ ମେସିନ ବିତରଣ କେନ୍ଦ୍ର ରେ ପହଂଚିବା ପରେ ଯାଞ୍ଚ କରାଯାଇଥିଲା l ଏକ୍ସପେଣ୍ଡିଚର ଅର୍ବଜରବର ଏସ. ଅରୁଣ କୁମାର,କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ବାଲିଗୁଡା ଉପଜିଲ୍ଲାପାଳ ଡା ରୀନା ପ୍ରଧାନ, ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ଙ୍କ ସମେତ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ଙ୍କ ଉପସ୍ଥିତ ରେ ସମସ୍ତ ମେସିନ ଷ୍ଟ୍ରଙ୍ଗ ରୁମ କୁ ନିଆଯାଇ ସିଲ କରାଯାଇଛି l ଚବିଶି ଘଣ୍ଟିଆ କଡା ସୁରକ୍ଷା ପ୍ରହରୀ ସହ ସିସିଟିଭି ନଜର ରେ ଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ରୁମ ରେ ସମସ୍ତ ମେସିନ ରହିବ ବୋଲି କହିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଫିସର ଡା ରୀନା ପ୍ରଧାନ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୧/୫/୨୦୨୪----୯,୩୫ Sakhigopal News,21/5/2024