Breaking News

ପୌରାଧ୍ୟକ୍ଷଙ୍କୁ ଆକ୍ରମଣ ଭିଡିଓ ଭାଇରାଲ , କୁଦିଆରୀରୁ ବଚସା ଆରମ୍ଭ


ଜଟଣୀ ----
ନିର୍ବାଚନ ଶୋଭାଯାତ୍ରାରେ ଗତକାଲି ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କୁ ହୋଇଥିବା ଆକ୍ରମଣର ଭିଡିଓ ଭାଇରାଲ ହେବାରେ ଲାଗିଛି |ଆକ୍ରମଣକାରୀ ମାନେ ମାରଣାସ୍ତ୍ର ଦେଖାଇ ଅନନ୍ତ ଙ୍କୁ ବାଇକରୁ ଭିଡି ଆଣି ତଳେ ପକାଇ ମାଡ଼ ମାରୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି |ତେବେ ଏହି ଆକ୍ରମଣର କିଛି ସମୟ ପୂର୍ବରୁ ସ୍ଥାନୀୟ କୁଦିଆରୀ ଅଞ୍ଚଳରେ ନିର୍ବାଚନ ପ୍ରଚାର ସମୟରେ ପୌରାଧ୍ୟକ୍ଷଙ୍କ ସହ ଆକ୍ରମଣକାରୀଙ୍କର ବଚସା ହୋଇଥିବା ନେଇ ସୂଚନା ମିଳିଛି | ଅନନ୍ତ ବେହେରା ଙ୍କ କହିବା ଅନୁସାରେ କୁଦିଆରୀ ଠାରେ ନିର୍ବାଚନ ଶୋଭାଯାତ୍ରା ସମୟରେ କୌଣସି ଏକ କଥାକୁ ନେଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କ ସହ ସାମାନ୍ୟ ବଚସା ହୋଇଥିଲା | କିନ୍ତୁ ସେମାନେ ପୂର୍ବ ପ୍ରସ୍ତୁତି ମୁତାବକ ଜଟଣୀ ସୀତାରାମ ଛକ ଠାରେ ମାରଣାସ୍ତ୍ର ଧରି ଜଗି ରହିଥିଲେ |ଶୋଭାଯାତ୍ରା ସୀତାରାମ ଛକରେ ପହଞ୍ଚିବା ସମୟରେ ହଠାତ ଗାଡି ଅଟକାଇ ବାଇକରୁ ମୋତେ ଭିଡିଆଣି ତଳେ ପକାଇ ମାଡ଼ ମାରିଥିଲେ | କୌଣସି ମତେ ମୁଁ ସେଠାରୁ ପ୍ରାଣ ବିକଳରେ ଦୌଡ଼ି ଜୀବନ ବଞ୍ଚାଇ ପଳାଇଥିଲି ବୋଲି ଅନନ୍ତ ସୂଚନା ଦେଇଛନ୍ତି | ତେବେ ଏସିପି ତାପସ ପ୍ରଧାନଙ୍କୁ ଘଟଣା ବାବଦରେ ପଚାରିବାରୁ ସେ କହିଛନ୍ତି ଆକ୍ରମଣ କାରୀଙ୍କ ବିରୁଦ୍ଧରେ 196/24 ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି | ଭାଇରାଲ ଭିଡିଓ କୁ ତର୍ଜମା କରାଯାଇ ଖୁବ ଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୫/୨୦୨୪---୯,୩୫ Sakhigopal News,9/5/2024

Popular Posts