Breaking News

ସମ୍ଭାବନା ଅନୁଷ୍ଠାନ ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ



ଜଟଣୀ : ଜଟଣୀ ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବର୍ଷ ତମାମ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନ ସଫଳ ଭାବେ ଅନୁଷ୍ଠିତ କରାଯାଉଥିବା ବେଳେ ବିଗତ ବର୍ଷ ଠାରୁ ମଇ ମାସ ୧୬ ତାରିଖକୁ ଚୁଡ଼ାଘଷା ଦିବସ ଭାବେ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ଗୁରୁବାର ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ବର ୱାର୍ଡର ଶ୍ରୀ ବିଷ୍ଣୁ ମନ୍ଦିର ପରିସରରେ ମହାଆଡମ୍ବର ସହକାରେ ଚୁଡାଘଷା ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କଳାକାର ବିଶ୍ୱନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ l  ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ତଥା ବିକାଶ ପରିଷଦର ସଭାପତି ବିଜୟ କୁମାର ଛୋଟରାୟ, ଅଧ୍ୟାପକ ବିଜୟ କୁମାର ପଣ୍ଡା, ଶିକ୍ଷାବିତ ସୁଶାନ୍ତ କୁମାର ରାଉତ, ଆଇନଜୀବୀ ଅକ୍ଷାଂଶୁ ଶେଖର ନାୟକ, ଆଇନଜୀବୀ ତଥା ସମାଜସେବୀ ସୌମେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଆରତୀ ରାଉତ, ସାଇ ସେବକ ସୀତାକାନ୍ତ ଶତପଥୀ, ଉଦ୍ୟୋଗପତି ଜଗଦୀଶ ପ୍ରସାଦ ଅଗ୍ରୱାଲ, ପ୍ରମୋଦ କୁମାର ଦାସ, ମନୋଜ କୁମାର ସାହୁ, ବିଧାୟକଙ୍କ ବ୍ୟକ୍ତିଗତ ସଚିବ କଳିଙ୍ଗ ସାହୁ, ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହ, ଅଧ୍ୟାପିକା ଡ ସୁକାନ୍ତି ମହାପାତ୍ର, ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ନାୟକ, ଭୈରବ ସାମଲ, ବିଜୟରାମ ମହାନ୍ତି, ଚିତ୍ତରଞ୍ଜନ ପ୍ରଧାନ, ଜଟଣୀ ବାର ଆସୋସିଏସନ୍ ର ସଭାପତି ଶରତ ପାଇକରାୟ, ନୃତ୍ୟ ପ୍ରଶିକ୍ଷିକା ସୁଚିସ୍ମିତା ରାଉତରାୟଙ୍କ ସମେତ ତିନିଶହରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ l ଅତିଥି ମାନେ ସେମାନଙ୍କ ଅଭିଭାଷଣରେ ଓଡ଼ିଆ ସଂସ୍କୁତି ଓ ଶ୍ରୀ ଜଗନ୍ନାଥଙ୍କ ପରମ୍ପରାରେ ଜଡ଼ିତ ତଥା ମହାପ୍ରଭୁଙ୍କ ଷାଠିଏ ପଉଟି ବ୍ୟଞ୍ଜନ ମଧ୍ୟରେ ଶୁଖିଲା ବ୍ୟଞ୍ଜନ ଚୁଡ଼ାଘଷା ଅନ୍ୟତମ ବୋଲି ମତ ପ୍ରକାଶ କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭିନ୍ନ ଦିବସ ପାଳନ ହେଉଥିବା ବେଳେ ଆମ ଉତ୍କଳୀୟ ସଂସ୍କୃତିରେ ଜଡ଼ିତ ଚୁଡ଼ାଘଷାକୁ ପ୍ରତ୍ୟେକ ବର୍ଷ ମଇ ମାସ ୧୬ ତାରିଖକୁ ଚୁଡ଼ାଘଷା ଦିବସ ଭାବେ ପାଳନ କରିବା ପାଇଁ ଆହ୍ଵାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା, ସଙ୍ଗଠନ ସମ୍ପାଦକ ସଞ୍ଜୟ କୁମାର ବରିସଲ, ଉପସଭାପତି ଦିଲ୍ଲୀପ କୁମାର ସିଂ, ଶରତ କୁମାର ରେଡ୍ଡୀ, ସହସମ୍ପାଦକ ଅମୀନ ରାଉତ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ସଶ୍ମିତା ବେହେରା, ସ୍ମିତା ପଟ୍ଟନାୟକ, ନିତ୍ୟଜିତ ଚମ୍ପତି, କାର୍ଯ୍ୟକାରୀ ସଭାପତି ଲୁସେନ୍ କୁମାର ରାୟ ଏବଂ ଆଇନ୍ ପରାମର୍ଶଦାତା ଅକ୍ଷୟ କୁମାର ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଏହି ଅବସରରେ ନୃତ୍ୟଶ୍ରୀ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ କୁଦିଆରି ମେଳଣ ପଡିଆ ଠାରେ ଥିବା ନୃତ୍ୟ ଗ୍ରୁପ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l ଏଥିସହ ଇଣ୍ଡିଆ ବୁକ୍ ଅଫ ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ସୁଶ୍ରୀ ଆରାଧ୍ୟା ମହାନ୍ତିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସ୍ଵାତି ସୁଚରିତା ସେଠୀ ଜଗନ୍ନାଥ ସଂସ୍କୃତି ଉପରେ ବକ୍ତୃତା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୫/୨୦୨୪----୯,୪୫ Sakhigopal News,17/5/2024

Blog Archive

Popular Posts