Breaking News

ରେଳ ମଣ୍ଡଳ ପକ୍ଷରୁ ୬୮ ତମ ରେଳ ସପ୍ତାହ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ


 
  
 ଜଟଣୀ -ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ, ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପ ରେ ୬୮ ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ, ରେଳ ସେବା ପୁରସ୍କାର – 2023 ଆୟୋଜିତ ହୋଇଯାଇଛି | ଏହି ଉତ୍ସବରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।  ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ଏହି ଉତ୍ସବରେ ଯୋଗଦେଇଥିଲେ । 

  ଏହି ଅବସରରେ ଶ୍ରୀ  ଏଚ୍ ଏସ ବାଜ୍ଵା, ନିଜ ଅଭିଭାଷଣରେ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଗତିଶୀଳ ମନୋଭାବ ସହିତ କର୍ତ୍ତବ୍ୟ ପ୍ରତି ନିରନ୍ତର ଉଦ୍ୟମ ପାଇଁ ସମସ୍ତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ | 
ପୂର୍ବ ତଟ ରେଳବାଇ ଦ୍ୱାରା ଆୟୋଜିତ ବିଶିଷ୍ଟ ରେଳ ସେବା ପୁରସ୍କାର -23 ରେ ସାମଗ୍ରିକ ଦକ୍ଷତା ସିଲ୍ଡ   ସମେତ ଖୋର୍ଦ୍ଧା ରୋଡ ଡିଭିଜନ ଆଠ ଟା  ଦକ୍ଷତା  ସିଲ୍ଡ ହାସଲ କରିଛି ବୋଲି ସେ କହିଁଛନ୍ତି।

 2023-24 ଆର୍ଥିକ ବର୍ଷ ପାଇଁ ହୋଇଥିବା ସଫଳତାକୁ ଆଲୋକିତ କରି ସେ କହିଛନ୍ତି ଯେ ମାଲ ପରିବହନରେ ( ଲୋଡିଂ ଏବଂ ଅନଲୋଡିଂ) ଖୋର୍ଦ୍ଧା ରୋଡ ଡିଭିଜନ୍, ସମସ୍ତ ଡିଭିଜନ ମଧ୍ୟରେ ପ୍ରଥମ ସ୍ଥାନ ହାସିଲ କରିଛି |  ମାଲ ପରିବହନ (ଲୋଡିଂ ଦୃଷ୍ଟିରୁ) ଦେଶର ସମସ୍ତ  ଡିଭିଜନ ମଧ୍ୟରେ ଖୋର୍ଦ୍ଧା ରୋଡ ମଣ୍ଡଳ ତୃତୀୟ ନମ୍ବରରେ ରହିଛି। ଭାରତୀୟ ରେଳବାଇର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସର୍ବୋତ୍ତମ କରିବା ପାଇଁ ସମସ୍ତେ ଉତ୍ସର୍ଗୀକୃତ ତଥା ସହଯୋଗରେ କାର୍ଯ୍ୟ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ନିବେଦନ କରିଛନ୍ତି।

68 ତମ ରେଳ ସପ୍ତାହ ପୁରସ୍କାର ବିତରଣ ସମାରୋହରେ ମଣ୍ଡଳ ରେଳ ପ୍ରବନ୍ଧକ, ଆନ୍ତରିକତା ଏବଂ ଉତ୍ସରଗୀକୃତ ସେବା ପାଇଁ, ରେଳବାଇ ପୁରୁଷ ଏବଂ ମହିଳା କର୍ମଚାରୀଙ୍କୁ, ରେଳ ସେବା ପୁରସ୍କାର -2023 ପ୍ରଦାନ କରିଥିଲେ। ସମୁଦାୟ 65 ରେଳ କର୍ମଚାରୀଙ୍କୁ ରେଳ ସେବା ପୁରସ୍କର -2023 ସହିତ ସମ୍ମାନିତ କରାଯାଇଥିଲା 

ଏହି ଅବସରରେ କର୍ମଚାରୀ ଏବଂ ସଙ୍ଗୀତା, ଶ୍ରୀଜନକୁଞ୍ଜ, ବିଜେବି  ଇନଷ୍ଟିଚ୍ୟୁଟ ର ପିଲା ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା | ପୁରସ୍କାର ବିତରଣ ସମାରୋହରେ ସମସ୍ତ ଶାଖା ଅଧିକାରୀ, ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ଉପସ୍ଥିତ ଥିଲେ।ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ  କାର୍ମିକ ଅଧିକାରୀ ଶ୍ରୀ ଆର୍ ଏନ ଏ ପରିଡ଼ା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୫/୨୦୨୪---୯,୫୫ Sakhigopal News,17/5/2024

Popular Posts