Breaking News

ନୀଳାଚଳ କୃଷକ ମହାସଂଘର ୩୯ତମ ବାର୍ଷିକ ଉତ୍ସବ ସହିତ ଅକ୍ଷୟତୃତୀୟା ଓ କୃଷକଦିବସ ପାଳିତ



 ସାକ୍ଷୀୋଗାପାଳ---  ନୀଳାଚଳ କୃଷକ ମହାସଂଘର ୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ହାଟ ପ୍ରାଙ୍ଗଣ ଠାରେ ଅନୁଷ୍ଠାନର ୩୯ତମ ବାର୍ଷିକ ଉତ୍ସବ,ଅକ୍ଷୟତୃତୀୟା ସହିତ କୃଷକ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୋପୀନାଥ ମିଶ୍ର ଏହି ସଭାରେ ସଭାପତିତ୍ୱ କରିଥିଲେ । ମହାସଂଘର ଉପଦେଷ୍ଠା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରିୟ ମହିଳା କୃଷି ଗବେଷଣା ସଂସ୍ଥାନର ବୈଜ୍ଞାନିକ ଡ ସୁକାନ୍ତ କୁମାର ଷଡଙ୍ଗୀ ଯୋଗଦେଇ ମହିଳା ମାନେ ଚାଷ ସହିତ ଅଧିକରୁ ଅଧିକ ଜଡିତ ହେବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ  ଅତିଥି ଭାବେ ଆଇନଜୀବୀ ଗୁରୁଚରଣ ମହାନ୍ତି ଯୋଗ ଦେଇ ଚାଷୀ ମାନେ ଏକ ହୋଇ ରହିଲେ ସେମାନଙ୍କର ନ୍ୟାୟଦାବି ବା ହକ ପାଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ ।  ଅନ୍ୟତମ ଅତିଥି ଭାବେ ଆଇନଜୀବୀ ତଥା ଜଳ ସୁରକ୍ଷା ଜନମଞ୍ଚ ଓଡିଶାର ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ଆଇନଜୀବୀ ଅଖିଳକୃଷ୍ଣ ମହାପାତ୍ର ଯୋଗ ଦେଇ କହିଥିଲେ ଯେ ୩୯ବର୍ଷ ଧରି ଚାଷୀ ସଂଗଠନକୁ ବଞ୍ଚାଇ ରଖିଥବା ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ଦେବା ସହିତ ଏହି ସଂଗଠନ ସହିତ ଜଡିତ ଥିବା ଚାଷୀ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନୁଷ୍ଠିତ  ସଭାରେ ଶତାଧିକ ପୁରୁଷ ଓ ମହିଳା ଚାଷୀ ମାନେ ଯୋଗ ଦେଇଥିଲେ।ଆଜିର ଏହି ପବିତ୍ର ଦିନ ଚାଷୀ ପରିବାର ସବୁଠାରୁ ବଡ ଦିନ ବୋଲି ଅତିଥି ମାନେ  ମତ ପ୍ରକାଶ  କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ୭ ଜଣ ସଫଳତା ଲାଭ କରିଥିବା ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।ସେମାନେ ହେଲେ ଫୁଲଚାଷ ପାଇଁ ଜୟନ୍ତୀ ମହାପାତ୍ର, କୁମାରୀ ସୁନେଲି ଦାଶ, ମନୋରଞ୍ଜନ ସିଂ ରବି ଫସଳ ପାଇଁ, ଶିଶିରକାନ୍ତ ବିଶ୍ୱାଳ ମାଛ ଚାଷ, ଗୋପିନାଥ ମହାପାତ୍ର ଧାନଚାଷ, ନାରାୟଣ ମାଣିଆକଲରାଚାଷ, ନାରାୟଣ ପରିଡା ବାଇଗଣ ଚାଷ ପାଇଁ ସେମାନଙ୍କୁ ମାନପତ୍ର, ଉପଢୌକନ, ଫୁଲତୋଡା ଦେଇ ସମ୍ମଦ୍ଧିତ କରାଯାଇଥିଲା । ମହାସଂଘରଉପସଭାପତି ପ୍ରକାଶ କୁମାର ନାୟକ ଧନ୍ôୟାଦ ଦେଇଥିଲେ । ମଧୁସ୍ମିତା ସେନାପତି, ଚନ୍ଦ୍ରକାନ୍ତ ରାଉତରାୟ, ଶୁଶାନ୍ତ କୁମାର ଶତପଥି, ଶରତ କୁମାର ରାଉତ, ସୁଦର୍ଶନ ପ୍ରଧାନ, କେଦାରଶ୍‌ବର ପରିଡା, ଅରକ୍ଷିତ ଦାସ, ମାକଣ୍ଡ ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ହରପ୍ରସାଦ ଶତପଥି , ସତ୍ୟପିୟ ଜେନା ପ୍ରତାପ କୁମାର ପାଇକରାୟ, ମନୋରଜ୍ଞନ ବରାଳ ଓ ଭାଗୀରଥି ବରାଳ ଙ୍କ ସମେତ ଅନେକ ଚାଷୀ ନେତା ଓ ବ୍ଳକ ସଭାପତି, ସମ୍ପାଦକ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୫/୨୦୨୪---୬,୧୫   Sakhigopal News,10/5/2024

Popular Posts