Breaking News

ଲୁହା ରଡ଼ରେ ଯୁବକଙ୍କୁ ଆକ୍ରମଣ



ଜଟଣୀ----
ଜଟଣୀ ବ୍ଲକ ମୁଣ୍ଡଳ ଗ୍ରାମରେ ଗତ ରବିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି |ଲୁହା ରଡ଼ରେ ଆକ୍ରମଣ କରି ଯୁବକଙ୍କୁ ରକ୍ତାକ୍ତ କରିଛନ୍ତି ତିନି ଦୁର୍ବୁତ୍ତ |ଥାନାରେ ମାମଲା ପହଞ୍ଚିବା ସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି | ଅଭିଯୋଗକାରୀ ହେଲେ ମୁଣ୍ଡଳ ଗ୍ରାମର ବିଷ୍ଣୁଚରଣ ପ୍ରଧାନ |ଏତଲା ଅନୁଯାୟୀ ନିର୍ବାଚନ ଦିନ ରାତିରେ ବିଷ୍ଣୁଙ୍କ ପୁତୁରା ରାଜେଶ, ବିଶ୍ୱନାଥ ଏବଂ କାଶୀନାଥଙ୍କୁ ମୁଣ୍ଡଳ ତଳସାହିର ସୌମ୍ୟ ରଞ୍ଜନ ସୁବୁଦ୍ଧି, ବିପିନ ସୁବୁଦ୍ଧି ଓ ବାବି ସୁବୁଦ୍ଧି ଅଶ୍ଳୀଳ ଇଙ୍ଗିତ କରିଥିଲେ |ବିଶ୍ୱନାଥ ଏବଂ ଅନ୍ୟମାନେ ଏହାକୁ ବିରୋଧ କରିବାରୁ ଅପରପକ୍ଷ ଖଣ୍ଡା ଭୁଜାଲି ଓ ବିଭିନ୍ନ ମାରଣାସ୍ତ୍ର ଧରି ଏମାନଙ୍କୁ ଆକ୍ରମଣ କରିଥିଲେ | ଆକ୍ରମଣରେ କାଶୀନାଥ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି |ତାଙ୍କ ମୁଣ୍ଡରେ ୮ ଟି ଷ୍ଟିଚ ପଡ଼ିଥିବା ବେଳେ ସେ ଗୁରୁତର ଅଛନ୍ତି |ବିଶ୍ଵନାଥଙ୍କୁ ମଧ୍ୟ ଅତର୍କିତ ଆକ୍ରମଣ କରିବାରେ ପିଠି ଏବଂ ଅନ୍ୟାନ୍ୟ ଅଙ୍ଗରେ ଆଘାତ ଲାଗିଛି |ତେବେ ପୋଲିସ କେଶ ନମ୍ବର 146/2024 ରେ ମାମଲା ରୁଜୁ କରି  ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରଖିଛି |ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଆକ୍ରମଣ କାରୀ ଙ୍କ ପକ୍ଷରୁ ଆଉ ଏକ ଏତଲା ଦିଆଯାଇଥିବା ଜଣାପଡିଛି |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୫ /୨୦୨୪----୭,୨୫ Sakhigopal News,27/5/2024

Blog Archive

Popular Posts