ଆର୍ଟ ଅଫ ଲିଭିଂ ଓ ନିଷ୍ଠା ପରିବାର ପକ୍ଷରୁ ରକ୍ତ ଦାନ ଶିବିର
ବରଗଡ଼ --- ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରକ୍ତ ଭଣ୍ଡାର ରେ ରକ୍ତ ର ସଙ୍କଟ କୁ ଆଖି ଆଗରେ ରଖି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଜୀ ଙ୍କ ର ୬୯ତମ ଜନ୍ମ ଦିନ ପାଳନ ଅବସରରେ ଆର୍ଟ ଲିଭିଙ୍ଗ ପରିବାର ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ବରଗଡ଼ ସ୍ଥିତ କିଶୋରୀ ନର୍ସିଂ ହୋମ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ମୁଖ୍ୟ ଅତିଥି ଡାକ୍ତର ପ୍ୟାରିଲାଲ ତ୍ରିପାଠୀ ଫିତା କାଟି ଶୁଭାରମ୍ଭ କରିବା ସହ ନିଜେ ପ୍ରଥମେ ରକ୍ତ ଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଆର୍ଟ ଅଫ ଲିଭିଙ୍ଗ ପରିବାର ର ହିମାଂଶୁ ପଣ୍ଡା, ମଧୁ ଲାଠ, ଡାକ୍ତର ଅଶ୍ୱିନୀ ଭୋଇ, ଅନୁପ ଦର୍ଜି ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏଥିରେ ୧୨ଜଣ ମହିଳା ଙ୍କ ସମେତ ତିନି ଯୋଡା ଦମ୍ପତ୍ତି ରକ୍ତ ଦାନ କରିଥିଲେ।ଆର୍ଟ ଅଫ ଲିଭିଙ୍ଗ ପରିବାର, ବରଗଡ଼ ର ଶ୍ରଦ୍ଧାଳୁ ଏବଂ କିଶୋରୀ ନର୍ସିଂ ହୋମ ର କର୍ମଚାରୀ ମାନେ ସ୍ୱେଚ୍ଛାକୃତ ଭାବେରେ ରକ୍ତ ଦାନ କରିଥିଲେ। ଏହି ଶିବିର କୁ ନିଷ୍ଠା ପରିବାର ର ଉପ ସଭାପତି କ୍ଷୀରୋଦ୍ର ସାହୁ, ସମ୍ପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ସଙ୍କେତ ଆଠଘରା, ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୁଲା, ରିତୁ ପିପିଲାନି ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୧୪/୫/୨୦୨୪---- ୧୧,୧୦ Sakhigopal News,14/5/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୧୪/୫/୨୦୨୪---- ୧୧,୧୦ Sakhigopal News,14/5/2024