Breaking News

ଛୋଟ ପିଲାଙ୍କୁ ଦଳୀୟ ପୋଷ୍ଟର ମରାରେ ଲଗାଇବା ନେଇ ଅସନ୍ତୋଷ



ଜଟଣୀ, ---: ନିର୍ବାଚନକୁ ଆଉ ମାତ୍ର ୧ଦିନ ରହିଲା। ଏଥିପାଇଁ ଜଟଣୀ ନିର୍ବାଚନ ମଣ୍ଡଳୀ ଉଠୁଛି ପଡ଼ୁଛି। ଏହାରି ମଧ୍ୟରେ ନିର୍ବାଚନ ମଣ୍ଡଳୀରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଂଗ୍ରେସ ଦଳ କିଛି ଛୋଟ ପିଲାଙ୍କୁ ଅଞ୍ଚଳରେ ଦଳୀୟ ପୋଷ୍ଟର ମାରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍କୁଲ ପିଲାଙ୍କୁ ନିର୍ବାଚନରେ ନିୟୋଜିତ କରିବାକୁ ନେଇ ଆଚରଣ ବିଧି ଉଲଙ୍ଘନ କରାଯାଇଥିବା କୁହାଯାଇଛି। ଯାହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ୪୦ ଡିଗ୍ରି ଖରାରେ ପୋଷ୍ଟର ପିଛା ୨ଟଙ୍କା ହିସାବରେ ଦଳ ଦେଉଛି ବୋଲି ପିଲାମାନେ କହିଛନ୍ତି। ସେହିପରି ପିଲାମାନେ ଅନ୍ୟ ଦଳର ପ୍ରାର୍ଥୀଙ୍କ ପୋଷ୍ଟର ଚିରି ସେଠାରେ କଂଗ୍ରେସ ଦଳର ପ୍ରାର୍ଥୀ ସନ୍ତୋଷ ଜେନାଙ୍କ ପୋଷ୍ଟର ଲଗାଉଥିବା ବେଳେ କିଛି ବ୍ୟକ୍ତି ପିଲାମାନଙ୍କୁ ବିରୋଧ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ସ୍କୁଲ ପିଲାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ଏବଂ ଦଳୀୟ ପୋଷ୍ଟର ଚିରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ଦଳ ଆଚରଣବିଧି ଉଲଙ୍ଘନ କରିବାକୁ ନେଇ ଅଞ୍ଚଳରେ ଖୁବ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଦଳ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୫/୨୦୨୪-----୮,୧୦ Sakhigopal News,23/5/2024

Blog Archive

Popular Posts