ଜଟଣୀ ନିର୍ବାଚନ ମଣ୍ଡଳୀ: ବିଭିନ୍ନ ମତଦାନ କେନ୍ଦ୍ରରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ
ଜଟଣୀ,----: ରାଜ୍ୟରେ ଆଜି ୬ଟି ଲୋକସଭା ଏବଂ" ୪୨ଟି ବିଧାନସଭା ଆସନଲାଗି ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଛି । ଆଜି ତୃତୀୟ ପର୍ଯ୍ୟାୟ ମତଦାନଲାଗି ଭୁବନେଶ୍ଵର ଲୋକସଭା ଆସନ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନପାଇଁ ମୋଟ ୨୫୪ଟି ବୁଥରେ ମତଦାନ କରାଯାଇଥିଲା । ସକାଳ ୭ଟାଠାରୁ ସଂଧା ୬ଟା ପର୍ଯ୍ୟନ୍ତ ମତଦାନ କରିବାର ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟିଯୋଗୁଁ ବହୁ ବିଳମ୍ବରେ ମତଦାନ ହୋଇଥିବା ଜଣାପଡିଛି । ସ୍ଥାନୀୟ କୁସୁମାଟି ଛଣଘର ବୁଥରେ ପାନୀୟଜଳ ଯୋଗାଣ ସଠିକ ନ ଥିବାରୁ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୨୫୪ ଟି ବୁଥ ମଧ୍ୟରୁ ୧୩୫ଟି ବୁଥ ୱେବକାଷ୍ଠିଙ୍ଗ ନଜରରେ ରହିବ । ସେହିପରି ୩୫ଟି ବୁଥ ସମ୍ବେଦନଶୀଳ ଥିବା ବେଳେ ୨ଟି ଅସୁରକ୍ଷୀତ ଘୋଷଣା କରାଯାଇଥିଲା । ହେଲେ ସେଥି ମଧ୍ୟରୁ କେତେକ ଉତ୍ତେଜନା ପ୍ରବଣ ବୁଥରେ ସିସଟିଭ ଥିବା ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଠାରେ କୌଣସି ସିସିଟିଭି ନଥିବା ଜାଣିବାପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ସେଠାରେ ମରାଯାଇଥିବା ବିଜ୍ଞପ୍ତିକୁ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଥିଲା । ଅନ୍ୟପଟେ ମୁଣ୍ଡିଆସାହୀ ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ମତଦାନ କରିବାକୁ ଆସିଥିବା ବେଳେ ସାମାନ୍ୟ ଘଟଣାକୁ ନେଇ ସେଠାରେ ହୋହଲା କରିବାରୁ ପୁଲିସ କାବୁକରି ନେଇଥିଲା । ଏପରି ଘଟଣାକୁ ଏଡାଇବାଲାଗି ସିସିଟିଭିର ବ୍ୟବସ୍ଥା ନିହାତି ଆବଶ୍ୟକ ବୋଲି ସେଠାରେ ଉପସ୍ଥିତ ମତଦାତାମାନେ ମତପ୍ରକାଶ କରିଥିଲେ । ସେହିପରି ତରବୋଇ ବୁଥ ନଂ ୧୩୯ ଓ ୧୯୮ରେ ଇଭିଏମରେ ତ୍ରୁଟିଥିବା ଭୋଟରମାନେ ଅଭିଯୋଗ ଆଣିଥିଲେ । ଇଭିଏମ ଟେଷ୍ଟି ସମୟରେ ଯେକୌଣସି ନିର୍ବାଚନ ଚିହ୍ନରେ ବଟନ ଦବାଇଲେ କେବଳ ପଦ୍ମଫୁଲ ଚିହ୍ନକୁ ସୁଚିତ କରୁଥିବା ନେଇ ସେଠାରେ କିଛି ସମୟପାଇଁ ମତଦାନ ବନ୍ଦ ରହିଥିଲା । ଇଭିଏମ ମେସିନ ବଦଳାଇବାପରେ ପୁନଃ ମତଦାନ କରାଯାଇଥିଲା । ଇଭିଏମ ତ୍ରୁଟିକୁ ନେଇ ଅଙ୍ଗାରପଡା ପଞ୍ଚାୟତ ବିନ୍ଧ୍ୟଗିରୀ ମତଦାନ କେନ୍ଦ୍ରରେ ଦେଢ଼ ଘଂଟା ବିଳମ୍ବରେ ମତଦାନ କରାଯାଇଥିଲା । ଅଧିକାଂଶ ବଥ ଗୁଡିକରେ ଅଧଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ ଇଭିଏମ ତ୍ରୁଟି ଯୋଗୁ ମତଦାନରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୫/୨୦୨୪----୭,୩୫ Sakhigopal News,25/5/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୫/୨୦୨୪----୭,୩୫ Sakhigopal News,25/5/2024