Breaking News

ବିଜେଡି ଦଳ ପକ୍ଷରୁ ପ୍ରଚାର ଯୋରସୋର କରିଛି

 କନ୍ଧମାଳ --- ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ଜମୁଛି ପ୍ରଚାର l ବାଲିଗୁଡା ବ୍ଲକ ସଭାପତି ତଥା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ   ପରମ୍ପଙ୍ଗା ପଂଚାୟତ ରେ ମାରାଥନ ପ୍ରଚାର କରିଛନ୍ତି l କନ୍ଧମାଳ ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ପ୍ରାଥୀ ଚକ୍ରମଣୀ କଂହର ଙ୍କ ପାଇଁ ପରମ୍ପଙ୍ଗା ପଂଚାୟତ ରେ ଭୋଟ ଭିକ୍ଷା କରିଛନ୍ତି ବିଜେଡି ସଂଯୋଜକ ଟୁନା ଦାସ l ଏହି ଅବସରରେ ପରମ୍ପଙ୍ଗା ରୁ ଏକ ବିରାଟ ଶୋଭାଯାତ୍ରା ରେ ବିଜେଡି କର୍ମୀ ଓ ପଂଚାୟତ ବାସୀ ବାହାରି ଟେଂଗେରି ଗାଁ ରେ ପହଞ୍ଚିଥିଲେ l ଟେଂଗେରି ଠାରେ ଆୟୋଜିତ ନିର୍ବାଚନୀ ସଭା ରେ ଯୋଗ ଦେଇଥିଲେ ବିଜେଡି ସଂଯୋଜକ ଟୁନା ଦାସ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ ଦିଗାଲ ଓ ପରମ୍ପଙ୍ଗା ପଂଚାୟତ ର ସମିତିସଭ୍ୟ ଓ ସରପଞ୍ଚ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ଓ 5ଟି ଗ୍ୟାରେଣ୍ଟି ସହ ଐତିହାସିକ ନିର୍ବାଚନୀ ଇସ୍ତାହାର ନେଇ ଆୟୋଜିତ ସଭା ରେ ଉଦବୋଧନ ରଖିଥିଲେ ବିଜେଡି ସଂଯୋଜକ ଟୁନା ଦାସ l ତେଣୁ ମୁଖ୍ୟମନ୍ତ୍ରୀ ଙ୍କ ସମୃଦ୍ଧ ଓ ପ୍ରଗତି ଓଡିଶା ଗଠନ ଆଭିମୁଖ୍ୟ ନେଇ ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାଥୀ ଚକ୍ରମଣୀ କଂହର ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବାକୁ ଉପସ୍ଥିତ ଦଳୀୟ କର୍ମୀ ଓ ପରମ୍ପଙ୍ଗା ପଞ୍ଚାୟତ ବାସୀ ଙ୍କୁ ଆହ୍ୱାନ ଦେଇଛନ୍ତି ସଂଯୋଜକ ଟୁନା ଦାସ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୬/୫/୨୦୨୪+---୯,୫୫ Sakhigopal News,16/5/2024

Blog Archive

Popular Posts