ନିର୍ବାଚନ ପ୍ରଚାର ଶେଷ ଅନ୍ଧାରିଆ ବିଜେ, କେଉଁଠି ବିରିୟାନୀ ତ କେଉଁଠି ଟଙ୍କା ବଣ୍ଟନ
ଜଟଣୀ :-ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ଗାଇଡଲାଇନ ପ୍ରଣୟନ କରାଯାଇଛି l ପ୍ରମୁଖ ଗାଇଡଲାଇନ ଗୁଡିକ ମଧ୍ୟରେ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ ରହିବ, କୌଣସି ପ୍ରକାର ଖଟିକୁ ପ୍ରଶ୍ରୟ ଦିଆଯିବ ନାହିଁ, ବିଶେଷକରି ଭୋଟର ମାନଙ୍କୁ ପ୍ରଲୋଭିତ କରିବାକୁ କୌଣସି ରାଜନୈତିକ ଦଳ ପକ୍ଷରୁ ସଭା, ସମିତି , ଭୋଜିଭାତ,ଟଙ୍କା ଓ ମଦ ବଣ୍ଟନ କରାଯାଇପାରିବ ନାହିଁ l ହେଲେ ଅନେକ୍ ସ୍ଥାନରେ ସକାଳୁ ସକାଳୁ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ଡାକି ସେମାନଙ୍କ ବ୍ୟାଙ୍କ ଖାତା ଦେଖାଯାଇ ପ୍ରତ୍ୟେକ ସଭ୍ୟା ମାନଙ୍କୁ ପାଞ୍ଚଶହ ଲେଖାଏଁ ଟଙ୍କା ବଣ୍ଟନ କରାଯାଉଥିବା ବେଳେ କେଉଁଠି ବସ୍ତିର ବାସିନ୍ଦାଙ୍କୁ ବିରିୟାନୀ ବାଣ୍ଟିବାକୁ ଯାଇ ହଟହଟା ହେଉଥିବା ପରିଲକ୍ଷିତ ହୋଇଛି l ମଦ କାଉଣ୍ଟର ଗୁଡିକ ଆଗ ତାଲା ପଛ ମେଲା ନୀତିରେ ଦୁଇଗୁଣ ରେଟ୍ ରେ ମଦ ବୋତଲ ବିକ୍ରୀ ହେଉଛି । ଏପରିକି ଅନେକ୍ ଭୋଟର ମଦ କିମ୍ବା ଟଙ୍କା ପାଇନଥିବାରୁ ମନଇଛା ଭୋଟ ଦେବେ ବୋଲି କୁଜି ନେତା ମାନଙ୍କୁ କହୁଥିବା ଶୁଣିବାକୁ ମିଳିଛି I ଅନୁରୂପ ଭାବେ ୧୪ ନମ୍ବର ୱାର୍ଡରେ ଶାସକଦଳର କିଛି ନେତା ସନ୍ଧ୍ୟା ସମୟରେ ଉକ୍ତ ଅଞ୍ଚଳର ବହୁ ବାସିନ୍ଦାଙ୍କୁ ଏକତ୍ରିତ କରି ଆଲୋଚନା କରୁଥିବା ବେଳେ ଦୈବାତ୍ ସେହି ସମୟରେ ଜାତୀୟ ଦଳର କିଛି କର୍ମୀ ଚିରଗୁଟ ବଣ୍ଟନ କରୁଥିବା ବେଳେ ସେମାନଙ୍କ ଉପସ୍ଥିତି ଯୋଗୁଁ ସଭା ଭଣ୍ଡୁର ହୋଇଯାଇଥିଲା l ସେହିପରି ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନେତୃତ୍ଵରେ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କୁ ଦମନ କରିବା ସହିତ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଭୋଟର ମାନଙ୍କର ମନୋବଳ ବୃଦ୍ଧି କରିବା ନିମନ୍ତେ ପଞ୍ଚାୟତ ଓ ପୌରାଞ୍ଚଳରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ଏହି ଫ୍ଲାଗ୍ ମାର୍ଚ୍ଚ ସହିତ ଗାଡ଼ି ମୋଟର ମାନ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୫/୨୦୨୪----୯,୩୫ Sakhigopal News,24/5/2024