ଜଟଣୀ ବିଧାନସଭା ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ
ଜଟଣୀ----
ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ବିଶାଳ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୋମବାର ସକାଳ ସମୟରେ ପ୍ରଥମେ ନଁପୁଟ ଗ୍ରାମର ଇଷ୍ଟଦେବତା ନୀଳକଣ୍ଠେଶ୍ଵର ଦେବ, ନିରଞ୍ଜନପୁର ସ୍ଥିତ ମା' ଦକ୍ଷିଣକାଳୀ ଓ ମା' ଡମଣେଇଙ୍କ ପୀଠରେ ପୂଜାର୍ଚ୍ଚନା କରି ଜଟଣୀ ଖୁଦୁପୁର ଷ୍ଟାଡିୟମ ନିକଟରେ ପହଞ୍ଚିଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶ୍ୱରଞ୍ଜନ ସେଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ । ଏହି ଶୋଭାଯାତ୍ରାରେ ହଜାର ହଜାର ସମର୍ଥକମାନେ ସାମିଲ ହୋଇଥିଲେ । ଜୟ ଶ୍ରୀରାମ ନାରା ସାଙ୍ଗକୁ ଆତସବାଜି, ଡିଜେ ଧୁନରେ ଜଟଣୀ ସହର ପ୍ରକମ୍ପିତ ହୋଇଥିଲା । ବିଭିନ୍ନ ଛକ ମାନଙ୍କରେ ମହିଳାମାନେ ଏକତ୍ରିତ ହୋଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପୁଷ୍ପ ବର୍ଷା କରି ବିଜୟୀ ଆଶୀର୍ବାଦ ପ୍ରଦାନ କରିଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୋଭାଯାତ୍ରାରେ ସାମିଲ ହୋଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଶୋଭାଯାତ୍ରା ସମୟରେ ସାରା ଜଟଣୀ ରାସ୍ତା ଗେରୁଆମୟ ହୋଇ ଯାଇଥିଲା । ଏହି ଶୋଭାଯାତ୍ରା ଖୁଦୁପୁର ଠାରୁ ବାହାରି ହରିଭାଇନା ଛକ, ସୀତାରାମ ଛକ, କୁଦିଆରି, ହରିରାଜପୁର, ଜାମୁକୋଳି, ପ୍ରଧାନସାହି, ହାଇଟେକ୍ ଛକ ହୋଇ ସୁନ୍ଦରପଦା ଠାରେ ପହଞ୍ଚିଥିଲା । ସେଠାରୁ ବିଶ୍ୱରଞ୍ଜନ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଭାରତ ବିକାଶ ଧାରା ଜନସାଧାରଣଙ୍କୁ ପ୍ରଭାବିତ କରିଛି, ଭାରତ ସାରା ବିଜେପିକୁ ଅଭୂତ ପୂର୍ବ ସମର୍ଥନ ମିଳୁଛି । ଏଥର ଓଡିଶାରେ ବିଜେପି ସରକାର ଗଠନ କରିବ । ଜଟଣୀ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଁ କାର୍ଯ୍ୟ କରୁଥିଲି ଓ ଆଗକୁ ମଧ୍ୟ ଜାରି ରଖିବି । ଏଥର ଜଟଣୀ ନିର୍ବାଚନମଣ୍ଡଳୀର ଲୋକମାନେ ମୋତେ ନିଶ୍ଚିତ ସେବା କରିବାର ସୁଯୋଗ ଦେବେ ବୋଲି ମୋର ଆଶା ଭରସା ରହିଛି ବୋଲି ବିଶ୍ୱରଞ୍ଜନ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରଭାରୀ ନିକୁଞ୍ଜ ପଟ୍ଟନାୟକ, ବିଜେପି ନେତା ଡାକ୍ତର ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ବଡ଼ଜେନା, ମହିଳା ମୋର୍ଚ୍ଚା ସଭାପତି ପ୍ରବୀଣା ପ୍ରିୟଦର୍ଶିନୀ ଭଞ୍ଜଦେଓ, ମନୋଜ କୁମାର ନନ୍ଦ, ପ୍ରଭାତ କୁମାର ବେହେରା, ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ସୈାମ୍ୟରଞ୍ଜନ ମିଶ୍ର, ରୋଜିନାରାଣୀ ଦାଶ, ରଶ୍ମିମୟୀ ପଟ୍ଟନାୟକ, ପ୍ରତାପ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ଯାଁଳାର ପୂର୍ବତନ ସରପଞ୍ଚ ପ୍ରଦୋଷ ଜେନା, ସତୀଶ ଶର୍ମା, ସମସ୍ତ ମଣ୍ଡଳ ସଭାପତି ସାମିଲ ହୋଇଥିବାର ଦେଖାଯାଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୫/୨୦୨୪--- ୫,୩୫ Sakhigopal News,7/5/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୫/୨୦୨୪--- ୫,୩୫ Sakhigopal News,7/5/2024