Breaking News

ଝାମ୍ପି ମା କହିଲା ମୋ ପୁଅକୁ ଦେବି ଫୁଲମାଳ


ଭଞ୍ଜନଗର - ଏବେ  ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । ସଭା-ସମିତି, ପ୍ରଚାର ସାଙ୍ଗକୁ  ଦଳୀୟ ପ୍ରିତୀ, ନିଜସ୍ଵ ନିର୍ବାଚନୀ ପ୍ରସ୍ତୁତି ଏବଂ ଭୋଟର୍ ଙ୍କୁ ନିଜ ସପକ୍ଷରେ ମନାଇବା ପାଇଁ  ପ୍ରାଣପଣେ ଉଦ୍ୟମ କରୁଛନ୍ତି ନେତା ଓ କର୍ମୀ  । ଭୋଟର୍ ବି'  ବିଭିନ୍ନ ଦଳର ଚିନ୍ତାଧାରା, ନେତା ଓ କର୍ମୀଙ୍କ ଭାବମୂର୍ତ୍ତି ଏବଂ ଜନହିତକର କାର୍ଯ୍ୟକୁ ନେଇ କରୁଛନ୍ତି ମାନସ ମନ୍ଥନ । ଏହାରି ଭିତରେ କିଛି ନିଃସ୍ଵାର୍ଥପର ମଣିଷ ରହିଛନ୍ତି ଯେଉଁ ମାନେକି ନିର୍ବାଚନୀ କୋଳାହଳ ଭିତରେ କିଛି ମଣିଷ ପଣିଆ ଚେହେରାକୁ ଖୋଜୁଛନ୍ତି । ଭଂଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ନିର୍ବାଚନୀ ପ୍ରଚାର ବେଳେ ଏମିତି କିଛି ଘଟଣା ନଜରକୁ ଆସିଥିଲା । ବଜାରରେ ଜଣେ ୮୦ ବର୍ଷର ବୃଦ୍ଧା, ହାତରେ ଫୁଲମାଳ ଟିଏ ଧରି ଠିଆ ହୋଇଥିଲେ ।  ଯିଏ ପଚାରିଲେ ସେ କହୁଥିଲେ ମୋ ପୁଅର ମଙ୍ଗଳ ପାଇଁ, ତାକୁ ଏ ଫୁଲମାଳ ଟି ପିନ୍ଧାଇ ଆଶୀର୍ବାଦ କରିବି । ବୁଝିବା ପରେ ଜଣା ପଡିଲା, ପ୍ରଚାର ରାଲିରେ ଆସୁଥିବା ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସେ ଅପେକ୍ଷା କରିଛନ୍ତି । ତାଙ୍କୁ ପୁଅ ବୋଲି ଧରିନେଇଛନ୍ତି ବୃଦ୍ଧା ଜଣକ । କାରଣ  ପୁଅର ସାଙ୍ଗ ସେ ମଧ୍ୟ ଜଣେ ପୁଅ ବୋଲି ବୁଝିନେଇଛନ୍ତି । ଏଣୁ ନିର୍ବାଚନ ରେ ତାଙ୍କର ମଙ୍ଗଳ ପାଇଁ, ଏ ଫୁଲହାର ଟି ତାଙ୍କୁ ପିନ୍ଧାଇବାକୁ ବଜାର ରେ ଅପେକ୍ଷା କରିଥିଲେ । ନିଜେ ବଜାର ରେ ବସି ଲେମ୍ବୁ ବିକ୍ରି କରୁଛନ୍ତି, ଗଲା କିଛିବର୍ଷ ଧରି । ସରକାରୀ ଯୋଜନାରେ ସେ ଭତ୍ତା ପାଉଛନ୍ତି ଏବଂ ରାସନ୍ କାର୍ଡ ହିତାଧିକାରୀ ଅଛନ୍ତି । ଗରୀବ ଏବଂ ବୃଦ୍ଧବୃଦ୍ଧା ମାନେ ସରକାରୀ ସୁବିଧା ପାଉଥିବାରୁ ସେ ଭାବପ୍ରବଣ ହୋଇ ନିଜେ ଲେମ୍ବୁ ବିକ୍ରି କରୁଥିବା କିଛି ପଇସାରେ ସେ ଫୁଲମାଳ ଟିଏ କିଣିଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଝାମ୍ପି ମା' ଭାବେ ପରିଚିତ । ଭଂଜନଗର ନିକଟ  ହରିଜନ ସାହିରେ ରହୁଥିବା ଝାମ୍ପି ନାଇକ । ତାଙ୍କର ଏଭଳି ଆବେଗ ଏବଂ ଖୁସିକୁ ପାଖରେ ଠିଆ ହୋଇଥିବା କିଛି ଲୋକ ଏବଂ ପ୍ରଚାର ରାଲିରେ ଯାଉଥିବା କର୍ମୀ ମାନେ ଉତ୍ସାହର ସହ ଦେଖୁଥିଲେ । ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଙ୍କ ପ୍ରଚାର ଗାଡ଼ି ପାଖକୁ ଯାଇ ବୃଦ୍ଧା ଜଣକ ଫୁଲମାଳ ଟି ପିନ୍ଧାଇଦେବା ପରେ ପ୍ରତିବଦଳରେ ଶ୍ରୀ ଆରୁଖ ମଧ୍ୟ ସର୍ବସମ୍ମୁଖରେ ବୃଦ୍ଧା ଜଣଙ୍କୁ ଉପଢୌକନ ଦେଇ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଆମେ ଯାହା ଜାଣିବାକୁ ପାଇଲୁ, ଅବଶ୍ୟ ଏ ମା' ଜଣକ କୌଣସି ରାଜନୈତିକ ଦଳ କ'ଣ, ତାହା ବୁଝି ନାହାନ୍ତି, ଦଳୀୟ ଚିହ୍ନ କ'ଣ, ଜାଣିନାହାନ୍ତି କିମ୍ବା ରାଜନୀତି କ'ଣ ତାହା ବି' ଜାଣି ନାହାନ୍ତି । ସେ କେବଳ ଏତିକି ଜାଣିଛନ୍ତି, ସେବା ଏବଂ ସମର୍ପିତ ଚିନ୍ତାଧାରା ରହିଥିବା, ଜଣେ ମଣିଷକୁ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୫/୨୦୨୪----୧୧,୩୫ Sakhigopal News,19/5/2024

Blog Archive

Popular Posts