Breaking News

ସାରଙ୍ଗଯୋଡି ସଂକୀର୍ତ୍ତନ ଓ ଲୋକ ସଂସ୍କୃତି ମହୋତ୍ସବ ଉଦଯାପିତ

ସାକ୍ଷୀଗୋପାଳ--- ସତ୍ଯବାଦୀ ବ୍ଲକ ଅର୍ନ୍ତଗତ ସାରଙ୍ଗଯୋଡି ମେଳନ ପଡ଼ିଆରେ ସାରଙ୍ଗଯୋଡି ସଂକୀର୍ତ୍ତନ ଓ ଲୋକ ସଂସ୍କୃତି ମହୋତ୍ସବକୁ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦର ସମ୍ପାଦକ ଗୁରୁ ରମେଶ ଚନ୍ଦ୍ର ପଲେଇ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟର ପରିଷଦ ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ବିଶ୍ବାଳ ଆୟୋଜନ କରିଥିଲେ । ସେହିପରି ସାରଙ୍ଗଯୋଡି ମେଳନର ଦୁତୀୟ ଦିବସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ସଂକୀର୍ତ୍ତନ ଗୁରୁ ପୂର୍ଣ୍ଣଚନ୍ଦ୍ର ବାରିକ ଓ ସାଥୀ, ଗୁରୁ ସଦାନନ୍ଦ ପ୍ରଧାନ ଓ ସାଥୀ ଓ ଗୁରୁ ଜଗନ୍ନାଥ ପାତ୍ର ଓ ସାଥୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ପରେ ପରେ ଗୁରୁ ଭାଷ୍କର ଦାସଙ୍କ ଦ୍ଵାରା ମୃଦଙ୍ଗ ବାଦ୍ୟ ନୃତ୍ୟ , ଗଞ୍ଜାମ ରୁ ଆସିଥିବା ମୃଦଙ୍ଗ ବାଦ୍ୟ ନୃତ୍ୟ ଅନୁଷ୍ଠାନ ଓମାନ କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ପକ୍ଷରୁ ମୃଦଙ୍ଗ ବାଦ୍ୟ ପରିବେଷଣ କରାଯାଇଥିଲା । କୈଳାସ ଗୋଟିପୁଅ ନୃତ୍ୟ ପରିଷଦ ପକ୍ଷରୁ ଗୁରୁ କୈଳାସ ଚନ୍ଦ୍ର ବିଶ୍ବାଳ ଙ୍କ ନିର୍ଦ୍ଦେଶନାରେ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା । ମଙ୍ଗଳପୁର ର ଡି ଆର ବି ଡ୍ଯଆନସ ଗ୍ରଉଫଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ ହେବା ସହ ସତ୍ଯବାଦୀ ସଂଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ଓଡିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ, ସାହିତ୍ୟକ ଶଶଧର ପଣ୍ଡା, ସମ୍ମାନିତ ଅତିଥିଭାବେ  କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଗୋଟିପୁଅ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ସମାଜସେବା ଦେବେନ୍ଦ୍ର ନାଥ ପଣ୍ଡା, ଜ୍ୟୋତିର୍ବିଦ ଦେବୀ ପ୍ରସାଦ ମହାପାତ୍ର, ସତ୍ଯବାଦୀ ହାଇସ୍କୁଲର ଭାରପ୍ରାପ୍ର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ,
ପିପିଲି ବ୍ଳକ କଳା ସଂସ୍କୃତି ଉପାଧ୍ୟକ୍ଷ ପ୍ରହଲ୍ଲାଦ ରାଉତ, ନିମାପଡ଼ା ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି ପବିତ୍ର ମୋହନ ପ୍ରଧାନ, କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦର ସଭାପତି ଦେବଦତ୍ତ ପ୍ରଧାନ ଓ କ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ର ସଭାପତି ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ଅନୁଷ୍ଠାନ କୁ ସ୍ବାଗତ କରିବା ସହ ଏହା ହେଉଛି ଆମ ଓଡ଼ିଆ ସଂସ୍କୃତି ର ପରମ୍ପରାକୁ ବଜାୟ ରଖିଥିବାରୁ ସମସ୍ତେ ଧନ୍ୟବାଦ ଦେଇଥିଲେ।  ବିଶେଷ କରି ଅତିଥି ମାନେ କହିଥିଲେ ସଂକୀର୍ତ୍ତନ ବଞ୍ଚାଇବାକୁ ହେଲେ ତୁରନ୍ତ ଗୁରୁ ମାନେ କିଛି କିଛି ଶିଷ୍ୟ ତିଆରି କରନ୍ତୁ ବୋଲି  ଅତିଥି ମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଦୁଗେର୍ଶ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପାଲାକାର ବିଜୟ କୁମାର ପଟ୍ଟନାୟକ । ବାର୍ଷିକ ବିବରଣୀ ପାଠ କରିଥିଲେ  ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦର ସମ୍ପାଦକ ଗୁରୁ ରମେଶ ଚନ୍ଦ୍ର ପଲେଇ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଫଳତା ଲାଭ କରିଥିବା କଳାକାର ଓ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୫/୨୦୨୪----୧୦,୧୫ Sakhigopal News,7/5/2024

Blog Archive

Popular Posts