Breaking News

୨ୟ ବାର୍ଷିକ ତ୍ରୟ ଦିବସୀୟ ନବକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ



ସାକ୍ଷୀଗୋପାଳ----- ସାକ୍ଷୀଗୋପାଳବୀରଗୋବିନ୍ଦପୁର ସ୍ଥିତ ମା ଦକ୍ଷୀଣକାଳୀ ପାଇଁ ବେଶ ପରିଚିତ । ଉକ୍ତ ପୀଠ ନିକଟରେ ୨ୟ ବାର୍ଷିକ ତ୍ରୟ ଦିବସୀୟ ନବ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି । ଏହି ଅବସରରେ ତିନିଦିନ ଧରି ଉକ୍ତ ଗ୍ରାମ ବେଶ ଚଳଚଞ୍ଚଳ ହୋଇ ପଡିଥିଲା । ଗ୍ରାମ ଦାଣ୍ଡ ରଙ୍ଗୀନ ଆଲୋକମାଳାରେ ସୁସଜିତ ହେବା ସହ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଘଟ ସ୍ଥାପନ ହେବା ସହ ଆମିଷ ନିଷେଧ କରାଯାଇଛି । ଯଜ୍ଞର ମୁଖ୍ୟ ପୁରୋହିତ ସୁଦର୍ଶନ ଷଡଙ୍ଗୀଙ୍କ ତତ୍ୱବଧାନରେ ଅଙ୍କୁରାରୋପଣ, ତିର୍ଥୀବାହାନ, ମଣ୍ଡଳକରଣ, ସୂର୍ଯ୍ୟପୂଜା, ଆହୂତିପ୍ରଦାନ, ଚଣ୍ଡୀପାଠ କରାଯାଉଥିଲା । ଯଜ୍ଞରେ ବ୍ରହ୍ମା ଭାବେ ଚନ୍ଦ୍ରଶେଖର ନନ୍ଦ ରହିଥିବା ବେଳେ କର୍ତ୍ତା ଭାବେ ବିଜୟ କୁମାର ମହାପାତ୍ର ଓ କର୍ତ୍ତୀ ଭାବେ ମୀରାରାଣି ମହାପାତ୍ର ରହିଥିଲେ । ପୂର୍ବଦ୍ୱାରା ଯଜ୍ଞକୁଣ୍ଡରେ ଆଚାର୍ଯ୍ୟ ଭାବେ ସନ୍ତୋଷ କୁମାର ମିଶ୍ର, ଅଗ୍ନି ଯଜ୍ଞକୁଣ୍ଡରେ ଆଚାର୍ଯ୍ୟ ସନ୍ତୋଷ ଆଚାର୍ଯ୍ୟ, ଯଦୁବେର୍ଦ ଯଜ୍ଞକୁଣ୍ଡରେ ପୂର୍ଣ୍ଣଚନ୍ଦ୍ର ନନ୍ଦ, ନିୟୁତ୍ର କୁଣ୍ଡରେ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ସମର୍ବେଦ କୁଣ୍ଡରେ ଆଦିତ୍ୟ ପ୍ରସାଦ ନନ୍ଦ, ବାୟୁ ଯଜ୍ଞକୁଣ୍ଡରେ ହରିହର ମିଶ୍ର, ରୁର୍କବେଦ ଯଜ୍ଞକୁଣ୍ଡରେ ରବୀନ୍ଦ୍ର ଆଚାର୍ଯ୍ୟ, ଏଶ୍ନନø ଯଜ୍ଞକୁଣ୍ଡରେ ଆଚାର୍ଯ୍ୟଭାବେ ସଦାଶିବ ମିଶ୍ର କାର୍ଯ୍ୟ ତୁଳାଇଥିଲେ । କାଶୀନାଥ ମିଶ୍ର, ରବୀନ୍ଦ୍ର ନାଥ ଷଡଙ୍ଗୀ, ହରିହର ମିଶ୍ର ପ୍ରମୁଖ ଚଣ୍ଡୀପାଠ କରିଥିଲେ ।  ବୀରଗୋବିନ୍ସପୁର ଗ୍ରାମ କୋଠର ସଭାପତି ବୈକୁଣ୍ଠନାଥ ମିଶ୍ର ଓ ସମ୍ପାଦକ ଲୋକନାଥ ମିଶ୍ରଙ୍କ ସହିତ ଉପଦେଷ୍ଠା ଲକ୍ଷ୍ମୀଧର ମହାପାତ୍ରଙ୍କ ସହିତ ଗ୍ରାମ କୋଠର ସୁବକ ମାନଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାରେ ହଜାର ହଜାର ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୪----୫,୨୦    Sakhigopal News, 7/5/2024

Blog Archive

Popular Posts