Breaking News

ସାକ୍ଷୀଗୋପାଳ ଆସୁଛନ୍ତି କାତ୍ତିକ ପାଣ୍ଡିଆନ, ରୋଡ ଶୋ ସହିତ ଭୋଟ ପ୍ରଚାର କରିବେ

 

ସାକ୍ଷୀଗୋପାଳ--- ସାକ୍ଷୀଗୋପାଳକୁ ଆଜି ଅପରାହ୍ନରେ ଆସୁଛନ୍ତି କାତ୍ତିକ ପାଣ୍ଡିଆନ । ନିର୍ବାଚନକୁ ଆଖି ଆଗରେ ରଖି ରୋଡ ଶୋ ସହିତ  ଜନସାଧାରଣଙ୍କୁ ଭୋଟ ପ୍ରଚାର କରିବେ ବୋଲି ଜଣାପଡିଛି । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଠାରୁ ସୁଚନା ମିଳିଛି ଯେ ବୀରଗୋବିନ୍ଦପୁର ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ସାକ୍ଷୀଗୋପାଳ ବଜାର ପରିକ୍ରମା କରି ବକୁଳବନ ସ୍ଥିତ ପଞ୍ଚସଖା ଖେଳ ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବା ସହିତ ଭୋଟ ପ୍ରଚାର କରିବେ ବୋଲି ଜଣାପଡିଛି । ଅନ୍ୟ ପକ୍ଷେ  ବିଜେଡିର ପ୍ରଚାର ସୁପରଷ୍ଟାର କାତ୍ତିକ ପାଣ୍ଡିଆନ ସତ୍ୟବାଦୀରେ ପ୍ରଚାର କରିବା ସହିତ ଏକ ରୋଡ ଶୋ କରିବା ସହିତ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେବେ ବୋଲି   ସତ୍ୟବାଦୀ ବ୍ଳକ ବିଜେଡି ସତ୍ୟବାଦୀ ପ୍ରମୋଦ ରାଉତରାୟଙ୍କ ଠାରୁ ସୁଚନା ମିଳିଛି ।  ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଯୋଗଦେବା ପାଇଁ ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୫/୨୦୨୪---୪,୪୫   Sakhigopal News, 19/5/2024

Popular Posts