Breaking News

ଡିଏଭି ଭଞ୍ଜନଗରରେ ପାଳନ ହେଲା ରେଡ଼କ୍ରସ ଦିବସ


 ଭଞ୍ଜନଗର--  ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ରେଡକ୍ରସ ଦିବସ ପାଳନ କରାଯାଇଛି। ହନେରି ଦୁନାନ୍ତଙ୍କ ବିଶ୍ଵ ପ୍ରତି ଥିବା ଅବଦାନକୁ ମନେପକାଇବା ପାଇଁ ଜନ୍ମ ଦିବସରେ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ରେଡକ୍ରସ ଅଧିନରେ ସ୍ବେଛାକୃତ ରକ୍ତ ସଂଗ୍ରହ ଓ ଜନସଚେତନତା କାର୍ଯ୍ୟକ୍ରମ ରେ ରେଡକ୍ରସ ବଳିଷ୍ଠ ଭୂମିକାକୁ ପ୍ରଶଂସା କରିଥିଲେ।  ବିଦ୍ୟାଳୟର ରେଡକ୍ରସ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ନନ୍ଦିନୀ ପ୍ରଧାନ ଏହି ଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସହଯୋଗ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ବରୁଣ ବେହେରା ଧନ୍ୟବାଦ ଦେଇଥିଲେ  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୫/୨୦୨୪-----୯,୪୫ Sakhigopal News,8/5/2024

Popular Posts