ଆକ୍ସି ବ୍ୟାଙ୍କ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ସାକ୍ଷୀଗୋପାଳ--- ଚନ୍ଦନପୁର ସ୍ଥିତ ଆକ୍ସିବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଦିବ ପାଳିତ ହୋଇଯାଇଛି । ବ୍ୟାଙ୍କର ଶାଖା ପରିଚାଳକ ଚିତ୍ତରଞ୍ଜନ ମହାପାତ୍ର ଉପସ୍ଥିତ ଥିବା ବରିଷ୍ଠ ନାଗରିକ ଓ ବ୍ୟାଙ୍କ ସହିତ ଜଡିତ ନାଗରିକ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ବରିଷ୍ଠ ନାଗରିକ ମାନେ ନିଜ ନିଜର ଆର୍ଥିକର ଉନ୍ନତି କରିବା ଦିଗରେ ବ୍ୟାଙ୍କର ଶାଖା ପରିଚାଳକ ବିଭିନ୍ନ ଯୋଜନା ସମ୍ପର୍କରେ ଆଲେଚନା କରିଥିଲେ । ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କର ଅର୍ଥ ଯେପରି ସୁରକ୍ଷିତ ରହିବା ସହିତ ଲାଭ ପାଇ ପାରିବେ ସେ ଦିଗରେ ଆଲେଚନା କରିଥିଲେ । ଏହା ସହିତ ବିଭିନ୍ନ ବର୍ଗର ଆକାଉଣ୍ଟ ହୋଲଡର ମାନେ ବ୍ୟାଙ୍କରୁ ଋୁଣ ନେଇ ପାରିବେ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ଏହି ପରି ଆକ୍ସି ବ୍ୟାଙ୍କ ପକ୍ଷରୁ ପ୍ରତି ମାସରେ ବରିଷ୍ଠ ନାଗରିକ ଓ କିଛି ବ୍ୟବସାୟୀ ହୋଲଡର ମାନଙ୍କୁ ନେଇ ଏକ ବୈଠକ କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ମହାପାତ୍ର କହିଥିଲେ । ବ୍ୟାଙ୍କର ବିଭିନ୍ନ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ବ୍ୟାଙ୍କର ଉପପରିଚାଳକ ଶୈଳନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୮/୫/୨୦୨୪---୮,୪୫ Sakhigopal News, 18/5/2024