Breaking News

ବର୍ଷା ଆସିଲେ ଜଳସେଚନ ବିଭାଗର ମନେ ପଡେ ନଦୀବନ୍ଧ ଓ କେନାଲ ମରାମତି କଥା


       ସାକ୍ଷୀଗୋପାଳ----   ସବୁଠାରୁ ବଡ଼ କଥା ଜଳସେଚନ ବିଭାଗ ଖରାଦିନେ ଚୁପଚାପ ବସି ରହିଥାଏ। ଠିକ୍ ରାଜ୍ୟକୁ ବର୍ଷା ଆସିବା ଖବର ପାଇବା ପରେ ବିଭାଗୀୟ ଅଧିକାରୀ ମାନେ ଠିକାଦାର ମାନଙ୍କୁ ଧରି ଚଳଚଞ୍ଚଳ ହୋଇଉଠନ୍ତି । କାରଣ ଅନେକ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ରହିଛି। ସେହିପରି କେତେକ ସ୍ଥାନରେ ନଦୀବନ୍ଧରେ ଗଳିଆ ରହିଛି । ଜଳସେଚନ ବିଭାଗ ଏହି ନଦୀବନ୍ଧର ମରାମତି ପାଇଁ  କାମ ଆରମ୍ଭ କରିଦେଇଛି। ଏହା କେତେଟଙ୍କା ଖର୍ଚ୍ଚ ହେବ, କାମ କେଉଁଠୁ ଆରମ୍ଭ ଶେଷ କେଉଁଠି ତାହା କେବଳ ବିଭାଗୀୟ ଅଧିକାରୀଙ୍କ ସହିତ ଠିକାଦାର ଜାଣନ୍ତି ।  ଯାହାକୁ ନେଇ କାମ ହେଉଥିବା ନଦୀବନ୍ଧ ପାଖ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ ପାଇଛି।ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି  ।   ତେଣୁ  ଆଗାମୀ ବର୍ଷାଋତୁରେ ବନ୍ଯାକୁ ନଜର କରି  ଭାର୍ଗବୀ ନଦୀର ପୂର୍ବପଟ ବନ୍ଧ ମରାମତି କାମ ନିମାପଡ଼ା ଜଳସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି  । ନଦୀବନ୍ଧର  ଦୁର୍ବଳ ସ୍ଥାନ ଗୁଡିକ ସହିତ ଘଳିଆ ପଡୁଥିବା ଯାଗା ଗୁଡିକ ସଠିକ ଚିହ୍ନଟ କରାଯାଇ ନାହିଁ ।  ଖଡିକୁଦା ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ନଦୀ ବନ୍ଧରେ ମାଟିପକାଯାଉଛି  । ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ କଂକ୍ରିଟ ୱାଲ ମଧ୍ଯ କରାଯାଉଥିବା ଜଣାପଡିଛି । ବନ୍ଯାର ମୁକାବିଲା କରିବା ପାଇଁ   ଭାର୍ଗବୀ  ନଦୀବନ୍ଧକୁ ସୁଦୃଢ଼ କରିବା ଲକ୍ଷ୍ଯ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ବିପୁଳ ଅର୍ଥ ବ୍ଯୟ ବରାଦ କରାଯାଇଛି  । ହେଲେ ବଭାଗୀୟ ଅଧିକାରୀ ଙ୍କ ତଦାରଖ ଅଭାବରୁ ଠିକାଦାର ମନମୁଖି ଭାବେ ନିମ୍ନମାନର କାମ କରାଯାଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ   କରିଛନ୍ତି  । ଗତବର୍ଷ ବନ୍ଯା ସମୟରେ ନଦୀବନ୍ଧର କେତେକ ସ୍ଥାନରେ ଘଳିଆ ପଡିବା ସହିତ ବନ୍ଧ  ତଳକୁ ଦବି   ଯାଇଥିଲା  । ସେହି ସ୍ଥାନ ଗୁଡିକ ଉପରେ  ତୀକ୍ଷ୍ଣ ନଜର ଦିଆଯାଉନଥିବା  ସାଧାରଣରେ ଅଭିଯୋଗ ହେଉଛି  ।  ସେଥିପାଇଁ ନଦୀକୂଳରେ ରହିଥିବା ଗୁଆଳିଗୋରଡା, ଖଡିକୁଦା, ଗେଣ୍ଡାମାଳି, ବରହମପେଡି, ପଇଲିଢିପ, କଅଁଳପଡା, ବଳରାମ ପୁର ଗଡ, ବୁଢାକେରା ଓ ଦିପିଦେଉଳି ପ୍ରମୁଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ   ରହିଛନ୍ତି । ନଦୀବନ୍ଧକୁ କାଟି ଟ୍ରାକ୍ଟର ଦ୍ୱାରା ମାଟି ବୁହା ଯାଉଛି  । ସେହି କଟ୍ ଗୁଡିକ ଭଲଭାବେ ମାଟି ପୋତା ଯାଉନଥିବା ଦେଖିବାକୁ ମିଳିଛି  ।   ଜିଲାପାଳ  ତୁରନ୍ତ ଏହି ନିମ୍ନମାନର କାମ ଉପରେ ରୋକ ଲଗାଇ କରାଯାଇଥିବା କାମକୁ ସଠିକ ତଦନ୍ତ କରିବାକୁ ରମେଶ ସ୍ୱାଇଁ,ନବଘନ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା , ବଳରାମ ଦାଶ ପ୍ରମୁଖ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୫/୨୦୨୪----୮,୪୫ Sakhigopal News,31/5/2024

Blog Archive

Popular Posts