ସତ୍ୟବାଦୀରେ ୭୨ ଶତକଡା ମତଦାନ; ଶାନ୍ତିଶୃଙ୍ଖଳା ସହିତ ମତଦାନ ଶେଷ
ସାକ୍ଷୀଗୋପାଳ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସତ୍ୟବାଦୀ ବ୍ଳକରେ ୭୨ ଶତକଡା ମତଦାନ ହୋଇଥିବା ବେଳେ ପ୍ରାୟତ ଶାନ୍ତିଶୃଙ୍ଖଳା ସହିତ ମତଦାନ ଶେଷ ହୋଇଛି । ସକାଳୁ ସକାଳୁ ବିଭିନ୍ନ ବୁଥରେ ଲୋକମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲା । ଖରାକୁ ନଜର କରି ଲୋକମାନେ ସକାଳ ୭ଟା ନ ବାଜିବା ଆଗରୁ ବୁଥ ଆଗରେ ଲମ୍ବା ଧାଡିରେ ଠିଆ ହୋଇଥିବାର ଦେଖାଯାଇଥିଲା । ବିଶେଷ କରି ଯୁବ ପୀଢ଼ି ମାନଙ୍କୁ ଆକୃଷ୍ଟ କରିବା ପାଇଁ ସତ୍ୟବାଦୀ ବ୍ଳକରେ ୨୫ ଗୋଟି ସଖୀ ବୁଥ କରାଯାଇଥିଲା । ସେଠାରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ବେଲୁନୁରେ ଗେଟ କରାଯିବା ସହ ସେଲେଫି ପଏଣ୍ଟ କରାଯାଇଥିଲା । ଅନେକ ଯାଗାରେ ଯୁବକ ଯୁବତୀ ମାନେ ସେହି ସେଲଫିପଏଣ୍ଟରେ ନୂତନ ଭୋଟର ମାନେ ଠିଆ ହୋଇ ସେଲଫି ନେଇଥିବାର ଜଣାପଡିଛି । ସେହିପରି ବୁଥ ଗୁଡିକରେ ଭୋଟର ମାନଙ୍କୁ ସହଯୋଗ କରିବା ପାଇଁ ବିଏଲଓ, ସ୍କାଉଟ ପିଲାମାନେ ବୁଥରେ ରହିବା ସହ ଭୋଟର ମାନଙ୍କୁ ସେମାନଙ୍କ କ୍ରମିକ ସଂଖ୍ୟା ଓ ପାନୀୟ ଜଳ ଯୋଗାଣରେ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ଦିଦି ମାନେ ପ୍ରାଥମିକ ଚିକିତ୍ସା ପାଇଁ ମେଡିସିନ ସହିତ ଓଆରଏସ ବାଣ୍ଟିଥିଲେ । ମାତ୍ର କେତକ ଯାଗାରେ ଇଭିଏମ ମେସିନ ଅଚଳ ହେବାକୁ ନେଇ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ହେ ହଲ୍ଲା କରିଥିବାର ଦେଖାଯାଇଥିଲା । ଖବର ପାଇ ପ୍ରଶାସନିକ ଅଧିକାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ମେସିନ ସଜାଡିବା ସହ ମତଦାନ ଚାଲିଥିଲା । ସତ୍ୟବାଦୀର ବିଭିନ୍ନ ବୁଥକୁ ନିର୍ବାଚନ ଅବଜର ଶ୍ରୀ ସିଂହ ଓ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ, ଅତିରିକ୍ତ ତହସିଲଦାର ପିଦର୍ଶୀ ରାଜେଶଙ୍କ ସହିତ ସେକ୍ଟର ଅଫିସରଙ୍କ ସହିତ ପୋଲିସଟିମ ବିଭିନ୍ନ ବୁଥ ବୁଲିବା ସହ ଭୋଟର ମାନଙ୍କ ସହିତ ବିଭିନ୍ନ ବିସୟରେ ଆଲେଚନା କରିଥିବାର ଜଣାପଡିଛି । ସେହିପରି କେତେକ ବୁଥରେ ସଂଧ୍ୟା ୬ଟା ପରେ ବି ମତଦାନ ଚାଲିଥିବା ବିଡିଓ ଲିପିସା ରାୟଙ୍କ ଠାରୁ ସୁଚନା ମଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୪----୮,୧୫ Sakhigopal News, 25/5/2024