ଦୁର୍ଘଟଣା ବ୍ୟକ୍ତି କୁ ଡାକ୍ତରଖାନା ପହଞ୍ଚାଇଲା ଜିଲ୍ଲା ସମାଜସେବୀ ସଂଘ
ବରଗଡ଼ -- ଏକ ଅଜଣା ବ୍ୟକ୍ତି ଦୁଘଟଣା ହୋଇ ବିଜେପୁରର ରାସ୍ତା କଡରେ ପଡିଥିଲେ । ଜିଲ୍ଲା ସମାଜ ସେବୀ ସଂଘର ସଦସ୍ୟ ପ୍ରଭାତ ଭାଇ ଓ ସରକାରୀ ଆମ୍ବୁଲାନ୍ସ ର କର୍ମଚାରୀ ବୀରେନ ପଣ୍ଡା ଭାଇଙ୍କ ସାହାଯ୍ୟ ରେ ସରକାରୀ ଡାକ୍ତରଖାନା ଖେଦାପାଲି କୁ ନିଆଯାଇଥିଲା । ଜିଲ୍ଲା ସମାଜସେବୀ ସଂଘ ର ସକ୍ରିୟ ସଦସ୍ୟ ଚିତ୍ତରଞ୍ଜନ ସାହୁ ଦାଦା ଓ ସଭାପତି ବଳିଷ୍ଠ ଦୁର୍ଗା ଙ୍କ ଉପସ୍ଥିତି ରେ ଚିକିତ୍ସା କରା ଯାଇଥିଲା | ଦୁଃଖର ବିଷୟ ଦୁର୍ଘଟଣା ବ୍ୟକ୍ତି ଏବେ ପର୍ଯ୍ୟନ୍ତ ସଠିକ ପରିଚୟ ଦେଇ ପାରୁ ନାହାନ୍ତି | ଏହି ଖବର ଦେଖିବା ପରେ ଦୁର୍ଘଟଣା ବ୍ୟକ୍ତି ଙ୍କୁ ଚିହ୍ନଟ କରିପାରିବା ବୋଲି ସଂଘର ସଭାପତି ଆଶା ରଖିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୫/୨୦୨୪----୬,୩୫ Sakhigopal News,28/5/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୫/୨୦୨୪----୬,୩୫ Sakhigopal News,28/5/2024