ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଜଟଣୀ --ଜଟଣୀ ବ୍ଲକ ଅନ୍ତର୍ଗତ ଉପରବସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କରପ୍ରଭା ବଳ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଅତିଥିଭାବେ ଗ୍ରାମର ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ଆଇନଜୀବୀ ବ୍ରଜବନ୍ଧୁ ପ୍ରଧାନ, ବିଦ୍ୟାଳୟ କମିଟି ସଭାପତି ବିଭୁତି ମହାପାତ୍ର, ଦାଶରଥି ସାହୁ, କୈଳାସ ଚନ୍ଦ୍ର ରାଉତ ମନ୍ମଥ ମାଝୀ ପ୍ରମ୍ମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଅବାଶିଷ୍ଟ ଜୀବନ ତାଙ୍କର ମଙ୍ଗଳ କାମନା କରିଥିଲେ l ଏହି ଉତ୍ସବ ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l କାର୍ଯ୍ୟକାଳ ୭ ବର୍ଷ ମଧ୍ୟରେ କାର୍ଯ୍ୟକାଳର ନିଜର ରୋଜଗାର ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟର ସୁରକ୍ଷା ନିମନ୍ତେ ବିଦ୍ୟାଳୟର ଚତୁର୍ପାର୍ଶ୍ୱରେ ପାଚେରୀ, ବିଦ୍ୟାଳୟର ମୁଖ୍ୟ ଫାଟକ, ଶିଶୁମାନଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା, ଶିଶୁଙ୍କ ମଧ୍ୟାହ୍ନ ଭୋଜନର ରୋଷେଇଶାଳର ପୁନଃ ଉଦ୍ଧାର, ବୃକ୍ଷରୋପଣ ଏପରି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ l ଯାହାଫଳରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଶ୍ରୁଭରା ନୟନରେ ଚରଣ ଛୁଇଁ ଅଶ୍ରିବାଦ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଦାୟୀ ପ୍ରଧାନ ଶୀକ୍ଷୟିତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ l ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଉପସ୍ଥିତ ଅତିଥି ତଥା ଗ୍ରାମବାସୀ ମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉନ୍ନତିମୂଳକ କାର୍ଯ୍ୟପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୬/୨୦୨୪----୭,୪୫ Sakhigopal News,1/6/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୬/୨୦୨୪----୭,୪୫ Sakhigopal News,1/6/2024