ସତ୍ୟବାଦୀ ରେ ବିଜେଡି ର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଙ୍କ ରୋଡ ଶୋ
ସାକ୍ଷୀଗୋପାଳ----- ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ସାଙ୍ଗଠନିକ ବୈଠକ ସହ ଷ୍ଟାର ମାନେ ଆସି ରୋଡ଼ ଶୋ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସତ୍ଯବାଦୀ ରେ ବିଜେଡି ଦଳ ପକ୍ଷରୁ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ସାକ୍ଷୀଗୋପାଳରେ ରୋଡ଼ ଶୋ କରିବା ସହ ନିର୍ବାଚନ ପ୍ରଚାର କରିଛନ୍ତି। ସାକ୍ଷୀଗୋପାଳ ବ୍ଲକ ଛକରେ ପହଞ୍ଚିବା ପରେ ସେଠାରେ ଅପେକ୍ଷା କରିଥିବା ସତ୍ଯବାଦୀ ବିଜେଡି ବିଧାୟକପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ସହିତ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ସହିତ ହଜାର ହଜାର ଯୁବକମାନେ ରୋଡ଼ ଶୋ କରି ସାକ୍ଷୀଗୋପାଳ ବଜାର ଦେଇ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଦୁଇ କିଲୋମିଟର ପର୍ଯ୍ୟନ୍ତ ଯୁଆଡେ ଦେଖିବ ସିଆଡେ ବିଜେଡି କର୍ମୀ ।ସାକ୍ଷୀଗୋପାଳ ବଜାର ଦେଇ ରୋଡ଼ ଶୋ ରେ ଶ୍ରୀ ପାଣ୍ଡିଆନ ଆସିବା ସମୟରେ ବିଭିନ୍ନ ଛକ ଗୁଡିକରେ ମହିଳାଙ୍କ ସହିତ ଯୁବକମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏପରିକି ଏତେ ସଂଖ୍ୟାରେ ପୁରୁଷ ଓ ମହିଳା ମାନେ ଯୋଗଦେଇଥିବା ଦେଖି ବିରୋଧୀ ମହଲରେ ଛାନିଆ ହୋଇଯାଇଛନ୍ତି। ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହଙ୍କ ସହିତ ସାକ୍ଷୀଗୋପିନାଥଙ୍କ ସେବାୟତ ସଂଘର ସଭାପତି ଓ ସମ୍ପାଦକ ଙ୍କ ସହିତ ଅନ୍ୟ ସଦସ୍ୟ, ବିଜେଡିର ନାରୀନେତ୍ରୀ କନକଲତା ପଣ୍ଡା ପ୍ରମୁଖ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କୁ ଉପଢୌକନ ଓ ଫୁଲମାଲ ଦେଇ ସ୍ବାଗତ କରିଥିଲେ । ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ ସମ୍ପର୍କରେ କହିବା ସହ ପଞ୍ଚସଖାଙ୍କ ଦୁଇ ସାଥିଙ୍କ ଜନ୍ମପୀଠର ଉନ୍ନତି ପାଇଁ ପ୍ରସ୍ତାବ ରଖିଛନ୍ତି ଶ୍ରୀ ବର୍ମା । କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ଆପଣଙ୍କର ଆଗରେ ଠିଆ ହୋଇଛି ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ କରି ଓଡ଼ିଆ ଇତିହାସ ରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସତ୍ଯବାଦୀ ରେ ଐତିହ୍ୟ ସୁଆଣ୍ଡୋ ଗ୍ରାମ ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠକୁ ନୂତନ ରୂପରେଖ ଦେଇ ଓଡ଼ିଶାର ଆଉ ଏକ ଇତିହାସ ସୃଷ୍ଟି କରିଥିଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୋଲି ମତ ପ୍ରକାଶ କରିଥିଲେ। ଏଣୁ ଓଡ଼ିଶାରେ ଏବେ ମିଛୁଆ ନେତା ମାନେ ଆସି ବିଭିନ୍ନ କଥା କହି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଏବେ ସମୟ ଆସିଛି ସେମାନଙ୍କୁ ସମୁଦ୍ର କୁ ଠେଲି ଦେଇ ସେମାନଙ୍କୁ ଉଚିତ ଜବାବ ଦେବାକୁ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ କହିଥିଲେ। ଶେଷରେ ଆସନ୍ତା ୨୫ତାରିଖ ଦିନ ନିଜ ନିଜ ପରିବାରଙ୍କୁ ନେଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ମାରି ୬ଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଅନ୍ୟଏକ ଇତିହାସ ସୃଷ୍ଟି କରିବା ସହ ବିରୋଧୀ ଦଳକୁ ଦେଖାଇଦେବା । ଲକ୍ଷ୍ମୀ ବସ, ମିଶନ ଶକ୍ତି ,କାଳିଆ ଯୋଜନା ,୫ଟି ଯୋଜନାରେ ଶିକ୍ଷା ଅନୁଷ୍ଠାନର ଉନ୍ନତି ଆଣିଛନ୍ତି । ସତ୍ୟବାଦୀ ଏକ ବିଶ୍ବସ୍ତରୀୟରେ ଏକ ନାମ କରିବ ବୋଲି କହିଥିଲେ। ବିଜେଡିର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ସହିତ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ଶ୍ରୀ ପାଣ୍ଡିଆନ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୫/୨୦୨୪----୧୧,୩୫ Sakhigopal News,20/5/2024