Breaking News

ପ୍ରତିବର୍ଷ ଜଟଣୀରେ କମୁଛି ମାଟ୍ରିକ ପରୀକ୍ଷା ଫଳ |A-1 ରେ ପାସ କଲେ ମାତ୍ର ୫ ଜଣ

 ଜଟଣୀ :--- ଏଥର ବି ଜଟଣୀରେ ଖରାପ ହେଲା ମାଟ୍ରିକ ରେଜଲ୍ଟ |ଗତବର୍ଷ ଅପେକ୍ଷା ଖରାପ ହେଲା ମାର୍କ ପ୍ରତିଶତ |A-୧,A-୨ ଉତ୍ତୀର୍ଣ୍ଣ ସଂଖ୍ୟା କମିଲା ଏବଂ D-ଗ୍ରେଡ଼ ସଂଖ୍ୟା ବଢିଲା |ପ୍ରାପ୍ତ ସୂଚନା ଅନୁଯାୟୀ,2023 ରେ ମୋଟ 1534 ଜଣ ପରୀକ୍ଷା ଦେଇଥିବା ବେଳେ ୯ ଜଣ ପରୀକ୍ଷାର୍ଥୀ A-୧ ରେ ଉତ୍ତୀର୍ଣ୍ଣ ହୋଇଥିଲେ | 2024 ରେ ମୋଟ 1692 ଜଣ ଦଶମ ପରୀକ୍ଷା ଦେଇଥିବା ବେଳେ ମାତ୍ର ୫ ଜଣ A-୧ ପାଇଛନ୍ତି | ଗତବର୍ଷ ୭ ଟି ବିଦ୍ୟାଳୟରେ ଜଣେ ବି ପରୀକ୍ଷାର୍ଥୀ A-୧ କିମ୍ବା A-୨ ପାଇନଥିବା ବେଳେ ଚଳିତ ବର୍ଷ ୧୧ଟି ବିଦ୍ୟାଳୟରେ A-୧ କିମ୍ବା A-୨ ରେ ଜଣେ ବି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି |ସେହିପରି ଗତବର୍ଷ 310 ଜଣ D-ଗ୍ରେଡ଼ ପାଇଥିବା ବେଳେ ଚଳିତ ବର୍ଷ 479 ଜଣ D-ଗ୍ରେଡ଼ ପାଇଛନ୍ତି |ବର୍ଷ କୁ ବର୍ଷ ମାଟ୍ରିକ ରେଜଲ୍ଟ ଖରାପ ହେବାରେ ଲାଗିଛି |ତେବେ ଜଟଣୀ ବ୍ଲକ ଅଧୀନରେ ପ୍ରାୟ ସବୁ ଉଚ୍ଚ ବିଦ୍ୟାଳୟ 5t ଅଧୀନରେ ରୂପାନ୍ତରିତ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି |କିନ୍ତୁ ମାଟ୍ରିକ ରେଜଲ୍ଟ ଦିନକୁ ଦିନ ଖରାପ ହେବାରେ ଲାଗିଛି |ଯାହାକୁ ନେଇ ସ୍ଥାନୀୟ ଶିକ୍ଷାବିତ ମାନେ ଘୋର ଚିନ୍ତା ପ୍ରକଟ କରିଛନ୍ତି |ସମାଜସେବୀ ତଥା ଶିକ୍ଷାବିତ ହେମନ୍ତ ସୁନ୍ଦରାୟଙ୍କ କହିବା ଅନୁସାରେ ଛାତ୍ର,ଶିକ୍ଷକ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ଅଭାବରୁ ଏଭଳି ସ୍ଥିତି ଉପୁଜିଛି |ତୁରନ୍ତ ଉପରିସ୍ଥ ଅଧିକାରୀ ଏହା ଉପରେ ଗୁରୁତର ସହ ବିଚାର କରନ୍ତୁ |ସେହିପରି ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିବାଳା ପରିଡାଙ୍କୁ ମାଟ୍ରିକ ଫଳାଫଳ ଉପରେ ପଚାରିବାରୁ ବର୍ତ୍ତମାନ ନିର୍ବାଚନ ଆଚରଣ ଵିଧି ଲାଗୁ ଅଛି କହି କୌଣସି ଉତ୍ତର ଦେଇ ନଥିଲେ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୫/୨୦୨୪---୭,୨୦ Sakhigopal News,27/5/2024

Blog Archive

Popular Posts