Breaking News

ହାତୀ ଗଣନା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 କନ୍ଧମାଳ ---- ବାଲିଗୁଡା ବନଖଣ୍ଡ ର କୋଟଗଡ ରେଞ୍ଜ ରେ ୨୦୨୪ ହାତୀ ଗଣନା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଲଗୋପାଲ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ  ବୈଠକ ରେ ବନପାଳ ଦେବାଶିଷ ଚୌଧୁରୀ,ଯୋଗେଶ୍ୱର ଧାରୁଆ, ରାମ ଚନ୍ଦ୍ର ଦଳବେହରା ଙ୍କ ସମେତ ସମସ୍ତ ଗାର୍ଡ ଓ ସ୍କ୍ୱାଡ଼ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ଆସନ୍ତା ବାଇଶି ତାରିଖ ରୁ ଚବିଶ ତାରିଖ ଯାଇଁ ତିନି ଦିନ ଧରି ଏହି ହାତୀ ଗଣନା କାର୍ଯ୍ୟକ୍ରମ ଜାରୀ ରହିବ l କୋଟଗଡ଼ ରେଞ୍ଜ ର ଚଉଦ ଗୋଟି ବିଟ ରେ ହାତୀ ଗଣନା କରାଯିବା ସହ ଏଥିରେ ୱାଇଲଡ ଲାଇଫ ସ୍କ୍ୱାଡ଼, ପ୍ରୋଟେକ୍ସନ ସ୍କ୍ୱାଡ଼, ଏଲିଫେଣ୍ଟ ଟ୍ରାକର ନିୟୋଜିତ ହେବେ l କୋଟଗଡ଼ ରେଞ୍ଜ ର 5 ଗୋଟି ସେକ୍ସନ ର 14 ଗୋଟି ୟୁନିଟ ରେ ବନ ବିଭାଗ ର କର୍ମଚାରୀ ଏହି ହାତୀ ଗଣନା କାର୍ଯ୍ୟ ରେ ସାମିଲ ହେବେ l ପ୍ରତି ୟୁନିଟ ରେ ଜଣେ ଇନଚାର୍ଜ ଓ ତିନି ଜଣ କର୍ମଚାରୀ ନିୟୋଜିତ ହେବେ ବୋଲି ଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୮/୫/୨୦୨୪----- ୯,୧୦  Sakhigopal News,18/5/2024

Popular Posts