ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ହାତ ବଢ଼ାଇଲା ଭାରତ ବିକାଶ ପରିଷଦ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ନିକଟସ୍ଥ ବାରବାଟୀ ଗ୍ରାମରେ ଅଗ୍ନି କାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଅନେକ ଧନସମ୍ପଦ ନଷ୍ଟ ହୋଇଥିଲା। ଏହି ଦୁଃଖଦ ଖବର ପାଇବା ପରେ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ଅଗ୍ନି ଵିପନ୍ନ ପରିବାରଙ୍କୁ କିଛି ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ପିଲାମାନଙ୍କ ପାଇଁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି l
ଏହି ବଣ୍ଟନ ସମୟରେ ଭାରତ ବିକାଶ ପରିଷଦ ର ଓଡିଶା ପୂର୍ବପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ, ଓଡିଶା ପୂର୍ବ ପ୍ରାନ୍ତ ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଚିବ ନବଘନ ଶତପଥି, ଅର୍ଥ ସଚିବ ବିଜୟ କୁମାର ପରିଡା, ସଂଗଠନ ସଚିବ ସୁନୀଲ କୁମାର ବେହେରା, ସଂସ୍କାର ସଚିବ ବିଭୁ ପ୍ରସାଦ ମହାପାତ୍ର, ସେବା ସଚିବ ଲିଙ୍ଗରାଜ ସାହୁ, ସ୍ୱାସ୍ଥ୍ୟ ସଚିବ ଅମୀୟ କୁମାର ସ୍ୱାଇଁ, ମହିଳା ବାଳବିକାଶ ସଚିବ ରିତା ତ୍ରିପାଠୀ, ଉପସଭାପତି ଦେବରାଜ ନାୟକ ଓ ଵିଷ୍ଣୁ ମହାରଣା, ବ୍ରହ୍ମନନ୍ଦ ମହାରଣା, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରଜ୍ଞା ପାରମିତା ସ୍ୱାଇଁ, ଅଂଶୁମାନ ସ୍ୱାଇଁ, ଦେବେନ୍ଦ୍ର ନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ପରିଡା, ଦାଶରଥି ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।