Breaking News

ସିବିଏସଇ ଦଶମ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ସାକ୍ଷୀଗୋପାଳର ପୁଅ ସାଇ ସୋହମ ପ୍ରଧାନ



ସାକ୍ଷୀଗୋପାଳ---- ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସାଇ ସୋହମ ପ୍ରଧାନ । ସେ ମୋଟ ୫ଶହରୁ ୪୯୫ ମାର୍କ ( ୯୯% )ରଖି ଏହି ସଫଳତା ଲାଭ କରିଛନ୍ତି । ସେ ସତ୍ୟବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟରଛାତ୍ର ଅଟନ୍ତି ।  ତାଙ୍କ ପିତା ମାତା ହେଉଛନ୍ତି ଶିକ୍ଷକ ଓଶିକ୍ଷୟତ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଓ ମାତା ସ୍ୱର୍ଣ୍ଣଲତା ବିଶ୍ୱାଳ । ଏହି ସଫଳତା ପଛରେ ବାପା , ମା ଓ ବିଦ୍ୟାଳୟର  ଅଧ୍ୟକ୍ଷଙ୍କ ସହିତ ବିଭିନ୍ନ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ ଗୁରୁଜନ ମାନଙ୍କ ଆର୍ଶିବାଦ ଯୋଗୁ ଆଜି ମୁଁ ଏହି ସଫଳତା ପାଇ ପାରିଛି ବୋଲି ସାଇ ସୋହମ ପ୍ରଧାନ କହନ୍ତି । ଜଣେ ଡାକ୍ତର ହୋଇ ରୋଗୀ ସେବା କରିବା ତାଙ୍କର ଲକ୍ଷ୍ୟ ରଖିଛନ୍ତି ବୋଲି ସାଇ କହନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୫/୨୦୨୪----୬,୧୫

Popular Posts