Breaking News

ରୂପା ବ୍ୟାଗ ଝାମ୍ପି ନେଲେ ଦୁବୃର୍ତ୍ତ

କନ୍ଧମାଳ ---- ରୁପା ବ୍ୟବସାୟୀ ଙ୍କ ଠାରୁ ରୁପା ଭର୍ତି ବ୍ୟାଗ ଦୁର୍ବୁର୍ତ୍ତ ଲୁଟ କରିଥିବା ଅଭିଯୋଗ l ବାଲିଗୁଡା ସହର ର ପାଟଖଣ୍ଡା ସାହିରେ ଦୁଇଟି ବାଇକ ରେ ଚାରି ଜଣ ଦୁର୍ବୁର୍ତ୍ତ ଆସି ବ୍ୟବସାୟୀ ଙ୍କ ଠାରୁ ରୁପା ଭର୍ତି ଥିବା ବ୍ୟାଗ ଝାମ୍ପି ନେଇଥିବା ନେଇ ବାଲିଗୁଡା ଥାନା ରେ ଅଭିଯୋଗ ସୋଇଛି  l ଲୁଟ ର ଶୀକାର ହୋଇଥିବା ରୁପା ବ୍ୟବସାୟୀ ହେଲେ ବାଲିଗୁଡା ପାଟଖଣ୍ଡା ସାହି ର ସନ୍ୟାସୀ ନାୟକ l ସନ୍ୟାସୀ ଦୀର୍ଘ ବର୍ଷ ହେବ ସାଇକେଲ ରେ ଘର ଘର ବୁଲି ରୁପା ବ୍ୟବସାୟ କରି ଆସୁଥିଲେ l ସବୁଦିନ ପରି ବ୍ୟବସାୟ ସାରି ପାଟଖଣ୍ଡା ସାହି ସ୍ଥିତ ନିଜ ଘରକୁ ଫେରିବା ସମୟରେ ରୁପା ବ୍ୟବସାୟୀ ଙ୍କ ଠାରୁ ରୁପା ଭର୍ତି ବ୍ୟାଗ ଦୁର୍ବୁର୍ତ୍ତ ଲୁଟ କରିଥିବା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି l 

Blog Archive

Popular Posts